ସମୟ କାହାଣୀ
ସମୟ କାହାଣୀ
ଦୁଃଖ-ସୁଖ ସବୁ ଚହଲା ପାଣି
ସ୍ଥିର ଖାଲି ଥିଲା ତୁମ ଚାହାଣି...
ଚାହାଣିରେ ଲୁହ-ଲହୁ ହେଲେ ଏକାକାର
କେମିତି ଜାଣିବା ଭଲା କିଏ କେଉଁପ୍ରକାର...
ଉଷୁମ ପାପୁଲିର ଖାଲି ଗୋଟିଏ ସ୍ଵର
“ଆମେ” ହେବାକୁ ସିଏ ସଦା ଅଧୀର...
ଗତ, ଆସନ୍ତା ଓ ଆଜି’ର ଉଜାଣି
ଜୀବନ ନୁହେଁ ସେ ସମୟ କାହାଣୀ...