ଇଚ୍ଛାକନ୍ୟା-୨୪
ଇଚ୍ଛାକନ୍ୟା-୨୪
ଇଚ୍ଛାକନ୍ୟା-୨୪
କାଶ୍ୟପ
ତୁମକୁ ଦେଖିଲା ପରେ
ମୁହଁଫେରି ଚାଲିଗଲା ପରେ ଅନେକ ଦୂର
ନିଜକୁ ଅଯୋଗ୍ୟ ମଣିଲି;
ଉପେକ୍ଷା କରି ଚାଲିଛ
ନିଜର ଯେତେ ଥିଲା ସବୁକିଛି ଭୁଲିଗଲି ! (୦)
ବଞ୍ଚି ଚାଲିବାର ପରିଭାଷା
ତିଳତିଳ କରି ନଷ୍ଟ କରିଚାଲିଛି ଅଭିପସ୍ସା
ଚହଲା ପାଣିରେ ଝଲସି
ନିଜ ସତ୍ତାକୁ ହଜାଇ
ସମୟର ଭସା ନଈପାଣିରେ
ଦିବା ଆଲୋକେ ହସୁଥିବା ରଶ୍ମିତା ଭଳି । (୧)
ତମକୁ ନେଇ କଳ୍ପିତ ସ୍ବପ୍ନସୌଧ୍ୟ
ତୁମେ ଯେ ଅଜଣା ଗାଁ ନଈ ।
ଗଭୀରତା କେତେ, ଖାଇ କେତେ,
ତୁମ ଦେହେ ପହଁରିବା ନଜାଣି,
ଡୁବି, ଭାସିଗଲି
ପ୍ରହେଳିକା, ପ୍ରବଞ୍ଚନା
ପଥର ଚଞ୍ଚଡାରେ ବାଜି ଫାଠିଲା ହୃଦୟ,
ବହିଲା ରକ୍ତ, ଅଣନିଶ୍ୱାସୀ ହେଲି
ମନ କହିଲା ଭଲ ହୋଇଥାନ୍ତା ଯଦି
ରୁଦ୍ଧ ହୋଇଯାଅନ୍ତା ଚେତନାର
ଉନ୍ମୁକ୍ତ ପ୍ରସବଣ ଅବା
ନିଶ୍ଚଳ, ନିସ୍ତେଜ, ହୋଇଥାନ୍ତା
ଏ ଶରୀର, ତୁମକୁ, ତୁମକୁ ଦେଖିଲା ପରେ । (୨)