Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ବି. ନିରୁପମା

Action Inspirational

5.0  

ବି. ନିରୁପମା

Action Inspirational

କଥାଟିଏ କହୁଁ କଥାଟିଏ-୨

କଥାଟିଏ କହୁଁ କଥାଟିଏ-୨

1 min
7.1K


କଥାଟିଏ କହୁଁ କଥାଟିଏ-୨


ଅମଳିନ ତାଙ୍କ ଯଶ


ପଞ୍ଚାୟତିରାଜ ଦିବସଟି ଆଜ

ପାଳନ୍ତି ଓଡ଼ିଶାବାସୀ ,

ମହାନାୟକଙ୍କ ଜନମ ତିଥିରେ

ସଭିଙ୍କର ମନ ଖୁସି ।


ବୀର ,ସ୍ୱାଭିମାନି,ଆଦର୍ଶର ଖଣି

ତ୍ୟାଗର ସେ ପ୍ରତିମୂର୍ତ୍ତି ,

ଓଡ଼ିଶାବାସୀଙ୍କ ହୃଦୟକୁ ଜିଣି

ହୋଇଥିଲେ ମୁଖ୍ୟମନ୍ତ୍ରୀ ।


ଶାସନ କାଳରେ ଜନ କଲ୍ୟାଣରେ

ହୋଇକରି ସିଏ ବ୍ରତୀ ,

କେତେ କେତେ କାର୍ଯ୍ୟ କରି ଯାଇଛନ୍ତି

ଲେଖିଲେ ହୋଇବ ପୋଥି ।


ସୁଶାସନ ଲାଗି, ତିରିଶଟି ଜିଲ୍ଲା

କରିଥିଲେ ସେ ଘୋଷଣା,

ମହିଳା ସଶକ୍ତିକରଣ ପାଇଁକି

ଗଢିଲେ କେତେ ଯୋଜନା।


'ସାମାଜିକ ଆଉ ଆର୍ଥିକ ଦୃଷ୍ଟିରୁ

ହେଲେ ନାରୀ ସ୍ୱାବଲମ୍ବୀ ,

ରାଷ୍ଟ୍ର ଗଠନରେ ଆମ ଯୋଗଦାନ

ହୋଇବ ଗଗନଶ୍ଚୁମ୍ବୀ ।'


ରାଜନୀତି କ୍ଷେତ୍ରେ ମହିଳାଙ୍କ ପାଇଁ

ପଞ୍ଚାୟତ ସ୍ତରେ ସେହି,

ଶହେରୁ ତେତିଶ ଭାଗ ସ୍ଥାନ ରଖି

ଥିଲେ ଚହଳ ପକାଇ ।


ସ୍ୱୟଂସହାୟକ ଗୋଷ୍ଠୀ ମୂଳଦୁଆ

ସ୍ଥାପନ କରି ସେ ପୁଣି,

ମହିଳାଙ୍କୁ ଭିନ୍ନ ପରିଚୟ ଦେଇ

ହୋଇଲେ ମଉଡ଼ମଣି ।


ଭୁବନେଶ୍ୱରରେ କୃଷି ବିଜ୍ଞାନର 

ବିଶ୍ୱବିଦ୍ୟାଳୟ ସାଥେ,

ଆଞ୍ଚଳିକ ଗବେଷଣା କେନ୍ଦ୍ର ଆଉ

ସୈନିକ ସ୍କୁଲ ଯେ ସତେ ।


ବୁର୍ଲା ମେଡିକାଲ କଲେଜ ସାଙ୍ଗକୁ

ଇଂଜିନିୟରିଂ କଲେଜ,

ତାଳଚେର ଠାରେ ତାପଜ ବିଦ୍ୟୁତ

କେନ୍ଦ୍ର ଗୋଟି ମନେ ହେଜ ।


ଚଉଦୁଆରରେ ଲୁଗା କାରଖାନା

ପାରାଦ୍ୱୀପରେ ବନ୍ଦର ,

ସୁନାବେଡ଼ାରେ ଯେ ବିମାନ ତିଆରି

କାରଖାନାଟି ସୁନ୍ଦର ।


ବିଜ୍ଞାନ କ୍ଷେତ୍ରର ପ୍ରସାର ପାଇଁକି

ଆନ୍ତର୍ଜାତିକ ସ୍ତରରେ ,

କଳିଙ୍ଗ ପୁରସ୍କାର ଗୋଟି ପ୍ରତିଷ୍ଠା 

କରିଛନ୍ତି ସେବେଳରେ ।


ତାଙ୍କ ଲାଗି ଆଜି ଓଡ଼ିଶା ସାଜିଛି 

ଅନ୍ୟ ରାଜ୍ୟଙ୍କ ଆଦର୍ଶ ,

ସେହି ରାଜନେତା 'ବିଜୁବାବୁ' ଆମ

ଅମଳିନ ତାଙ୍କ ଯଶ ।।



ବି. ନିରୁପମା

ମାମୁରିଆ, ଛେଣ୍ଡିପଦା,ଅନୁଗୋଳ ।


Rate this content
Log in

Similar oriya poem from Action