କଦମ୍ବ ବାସର ରାତି *************
କଦମ୍ବ ବାସର ରାତି *************
ତୁମେ ଆସୁଥିବ ପହିଲି ଶ୍ରାବଣ
ବରଷାରେ ଭିଜି ଭିଜି
ମୁଁ ହେଉଥିବି ଭାବନାକୁ ମୋର
ତୁମ ଭିଜାଦେହେ ଖୋଜି ,
ଭିଜାଦେହେ ତୁମ କାନର ଝୁମୁକା
କରୁଥିବ ନାହିଁ ନାହିଁ
ପାଦର ପାଉଁଜି ମେଘ ମହ୍ଲାର
ସୁର ତୋଳୁଥିବ ରହି,
ମୁକୁଳା କେଶରେ ଢେଉ ଭାଙ୍ଗୁଥିବ
କଳା ବାଦଲର ଛୁଆଁ
ଅଳସି ଅଳସି ଲାଗୁଥିବ ତୁମେ
ମୁଁ ଥିବି ଅମାନିଆ ,
ଟୋପି ବରଷାରେ ସପନ ପିଆଲା
ପାତି ବସିଥିବି ମୋର
ଭିଜା ଓ଼ଠୁ ତୁମ ଝରି ପଡୁଥିବ
ମଧୁ ଝର ମଦିରାର ,
କିଛି ପିଉଥିବି କିଛି ଝରୁଥିବ
ଋତୁ ଦେହେ ଥିବ ତାତି
ପାହି ଆସୁଥିବ ଶ୍ରାବଣ ଋତୁର
କଦମ୍ବ ବାସର ରାତି .. ।।
ତପନ ଦୀକ୍ଷିତ(ବେଳାଭୂମି) ୯.୧୧.୨୦୧୭
ନାଶିକେଶ୍ୱର, କାକଟପୁର, ପୁରୀ