ମଣିଷ ପଣିଆ
ମଣିଷ ପଣିଆ
ଆବେଗଭରା ଏ ଦରଦୀ ଜୀବନେ ,
ପ୍ରତୀକ୍ଷାର ନାହିଁ ଅନ୍ତ ।
ଶାନ୍ତ କ୍ରାନ୍ତ ଆଉ ଅବିଶ୍ରାନ୍ତ ହୃଦୟରେ ,
ଭାବନାରେ ବିମୋହିତ ।
କର ଅବା ମର ଜୀବନ ବିତାଅ ,
ଶୋଷଣ ହଉବା ଲାଞ୍ଛନା ।
ଦଣ୍ଡେ ଖାଇ ଖଣ୍ଡେ ପିନ୍ଧି ,
ବଞ୍ଚିଗଲେ ତରିଯିବ ଏ ଜୀବନେ ।
ଘାତକ ସାଜିଛି ଆପଣାର ଲୋକ ,
କହିବା କାହାକୁ ଆଉ ।
ମଣିଷ ଭିତରେ ମହତ ପଣିଆ ,
ଦେଖିହେଉ ନାହିଁ ଆଉ ।
ତୁଚ୍ଛ ପ୍ରଶଂସ ପାଇବା ଆସାରେ ,
ଖାଲି ନିଜେ ନିଜକୁ ଦେଖାଉ ଥାଉ ।
ଗର୍ବ ଅହଙ୍କାର ପ୍ରଭୂତ ବିସ୍ତାର ,
ମନୋଭାବ ନେଇ ମନୁଷ୍ୟ ।
ନିଇତି ଜୀଉଁଛି ପାଇବା ଆଶାରେ ।
ହୋଇ ନିଜେ ପ୍ରଥଭ୍ରଷ୍ଟ ।
ନିତି ଆଦର୍ଶକୁ ଜଳାଞ୍ଜଳି ଦେଇ ,
ହୋଇଅଛି ପ୍ରଥଭ୍ରଷ୍ଟ ।
ମାନ ଅପମାନ ଲାଞ୍ଛନା ସହି ସେ,
ଅନ୍ତରରେ କାନ୍ଦି ମୁଖରେ ଫୁଟାଏ ହସ ।
@ ସୁସିଲ୍ ପାଣି ,ପୁରୀ ।