ସନେଟ -୭
ସନେଟ -୭
ଚିତ୍ତ ଚନ୍ଦନ
କବିସୌରଭ ଅନୁପ ସିଂହ ଦେବ
ରାଜା ଖଡ଼ିଆଳ
ଜ୍ୟୋତ୍ସ୍ନା ବିଧୌତ ବସନ୍ତ ମଧୁମୟ ରାତେ
ଭାଳେ ବନଜାକ୍ଷି ବସି ବିରସେ ଏକାନ୍ତେ ।।
କେମନ୍ତେ ଯାପିବି କାଳ ପ୍ରିୟ ନାହିଁ ପାଶେ
ବ୍ୟାକୁଳ ହୁଏ ପରାଣ ପୁଷ୍ପଧନ୍ବା ପ୍ରାସେ ।।
ରସାଳ ବନେ ପଞ୍ଚମେ ପିକ ଗାଏ ଗୀତ
ସୁରଭି ବିତରି ହସେ ପୁଷ୍ପ ବିକଶିତ ।।
ଭୃଙ୍ଗ ଦିଏ ଓଷ୍ଠେ ତାର ସରାଗେ ଚୁମ୍ବନ
ପ୍ରମତ୍ତ କରେ ପ୍ରାଣୀଙ୍କି ମଳୟ ସ୍ପର୍ଶନ ।।
କଳାକର କର ସ୍ପର୍ଶେ କୁମୁଦିନୀ ହସେ
ବିରହେ ବିଳପି କିନ୍ତୁ ମୁଁ ଝୁରେ ନିବାସେ ।।
କାରା ପରି ମନେ ହୁଏ ସୁରମ୍ୟ ସଦନ
ଗର ପରି ଲାଗେ ସ୍ୱଚ୍ଛ ନଳିନ ମିଷ୍ଟାନ୍ନ ।।
କରୁଛି ହୃଦେ ଅନଙ୍ଗ ଅନଳ ବର୍ଷଣ
ଈଶେ ଆଣ ଈଶ ! ଚିତ୍ତେ ଲେପିବ ଚନ୍ଦନ ।।
ସମାପ୍ତ