Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Hrushikesh Satpathy

Others

3  

Hrushikesh Satpathy

Others

ଅଭିନେତା ବନାମ୍ ରାଜନେତା

ଅଭିନେତା ବନାମ୍ ରାଜନେତା

1 min
147



ଅଭିନେତା ସିଏ    ଅଭିନୟ କରି

      ବିଶ୍ୱରେ ଚର୍ଚ୍ଚିତ

      ବନ୍ଦିତ ହୁଏ ।


ସୌନ୍ଦର୍ଯ୍ୟବୋଧର ପ୍ରତୀକ,ପୂଜାରୀ

     ସୌନ୍ଦର୍ଯ୍ୟ ପ୍ରେମର

      ସଙ୍ଗୀତ ଗାଏ ।।


ରାଜନେତା ତୁମେ  ସୁଚିନ୍ତା ସୁକର୍ମ

      ପ୍ରତିନିଧି ସାରା

      ଦେଶ ହିତକୁ ।


ଯାହା ମୁଁ ଦେଖୁଛି ଅଙ୍ଗେ ନିଭାଉଛି

      ଗରଳ ଭରୁଛ

      ଭାଇ ଭାଇଙ୍କୁ ।।


ଅଭିନୟ ଏକ    ନିଖୁଣ ସମ୍ଭାର

     ବାନ୍ଧି ରଖିଥାଏ

     ଲକ୍ଷେ ଦର୍ଶକ ।


ପଲାସ ଫୁଲରୁ  ବାସନା ଛୁଟାଇ

     ଅଭିନେତା ନିଜ

     ବାଢେ ମହକ ।।


ଧୀରେ ଧୀରେ ସବୁ ଅଭିନେତା ଗଣ

     ରାଜନେତା ହୋଇ

      ଦେଶ ଚର୍ଚ୍ଚାରେ ।


ଜାଣି ବି ହୁଏନି    ବୁଝି ବି ହୁଏନି

     କି ସୁଖ ପାଆନ୍ତି

     ରାଜ ସେବାରେ ।।


ହୁଅ ପଛେ ତୁମେ ରାଜ ନେତା ଅବା

     ଅଭିନେତା ପଣ

      ଥାଉ ତୁମର ।


ଦେଶର ସେବାରେ ବ୍ରତୀ ହୁଅ ତୁମେ

     ଗର୍ବ ଓ ଗରୀମା

      ବଢୁ ଦେଶର ।।


ପ୍ରିୟ ଅଭିନେତା ପ୍ରିୟ ରାଜ ନେତା

      ପ୍ରିୟ ପରିଜନ

      ପ୍ରିୟ ବାନ୍ଧବ ।


ଦେଶର ସମୃଦ୍ଧି   ପ୍ରଗତିରେ ସିଦ୍ଧି

      ତୁମରି ହାତରେ

      ହେଉ ଉଦ୍ଭବ ।।


Rate this content
Log in