Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

pratap nayak

Tragedy

3  

pratap nayak

Tragedy

ଅଣସୁଧିଆ

ଅଣସୁଧିଆ

1 min
6.6K


ବୁଢୀମା ବଂକୁଲିବାଡି ଧରିବସିଛି।

ସେ ଘରକୁ ଯିବା ସମସ୍ତଙ୍କୁ ମନା

ଅଜାତି ଡାକି ସବୁ ଜିନିଷ ସେ ଘରେ ପୁରେଇଛି

କି ପିଲା କି ବଡ

କା ଜିଭରେ ହାଡ ଅଛି

ଓଲଟେଇ ଜବାବ ଦବ ବୁଢୀକି।


କାଠୁଆ ଶୀତ

ଓଠରେ ଓଠ ବାଜୁଛି ମଂଜ ଥରୋଉଛି

ଖଣ୍ଡିଏ ସରୁ ଲୁଗାରେ ଆମେ

ମା ଆଉ ଭାଇଭଇଣୀ

ଜୁଝୁଛୁ ମରହଟ୍ଟା ଶୀତକୁ

ବାପା କେବଳ ଶୋଇବେ

ଘୋଡିହୋଇ ମୋଟା ଚାଇନା କମ୍ବଳ

ତା ପୁଅତ....ସେଥିପାଇଁ.....

ତୁ ସିନା କାଠୁଆ କୋଉ ଅମଳର .....

ଶୀତ ତତେ ଡରୁଛି

ଅାମେ ମା ଛୁଆ ଡରୁ ତତେ

ରହୁ କରପତ୍ର ଜୋଡି ଶୀତରେ ଥରି ଥରି....


ଚାହୁଁଚାହୁଁ ଦଶଦିନ ହେଲା

ଲିପା ହେଲା ଘରଦ୍ୱାର କାନ୍ଥ

ଧୁଆହେଲା ଆଳିରୁ କାଏମା

ପିନ୍ଧା ବସ୍ତ୍ର ରୁ ମସିଣା ତକିଆ

ଲୁଣ ଅର୍ହା ଶୀଳ ଚକି

ଡାଲା ପାପୁଲି ଛାଞ୍ଚୁଣି ପହଁରା

ଡବା ଡିବି ବାସନ କୁସନ


ବାରିକ ଖିଅର ବ୍ରାହ୍ମଣ ମାର୍ଜନୀ

ଅଧା ପୁଣି ଶାନ୍ତି ମୃତକ ଆସନ୍ତା କାଲିକି

ବାପାଙ୍କ ଚାରି ଖିଅ ପଇତା

ଡର ବି ମାଆର ବଙ୍କୁଲି ବାଡିକି

ଆଜି ଯା ଛୁଇଁବ କାଲିକି ଧୋଇବ


ଦେଇପିଣ୍ଡି ଠାକୁରଘର ତାର

ମାରା ହବନି

ମାରା ହବନି

ତା ଗୁଆଳ ଗୋରୁଗାଇ

କୋଳରେ ପୁରେଇ ଗେଲ ସେ କରିବ

ବଉଦ ଆଢୁଆଳେ ଜହ୍ନ ଦେଖେଇବ

ତା କତିରେ ଶୋଇବାକୁ ଡାକ ଛାଡିବ

ଗପ ପେଡିରେ ହୁଁ ହାଁ ମରାରେ

ସପନଦୋଳିରେ ନିତି ଝୁଲେଇବ

ନିଦମାଉସୀକି ଡାକିକି ଆଣିବ।


ପ୍ରତାପ ନାୟକ

୭୦୦୮୦୫୪୨୮୨


Rate this content
Log in

Similar oriya poem from Tragedy