Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

KUMUDA CHANDRA DALEI

Inspirational Others

3  

KUMUDA CHANDRA DALEI

Inspirational Others

ଆସିଗଲା ଏବେ ଦୀପାବଳୀ

ଆସିଗଲା ଏବେ ଦୀପାବଳୀ

1 min
6.5K


ଆଜି ପରା ଅଟେ ଦୀପାବଳୀ

ପୂଜା ପାଉଛନ୍ତି ମହାକାଳୀ

କ୍ଷୀରି ଆରିଶାରେ ଭରା ହେବ ପେଟ

କାଠି ଜଳାଇବେ ବୁଲି ବୁଲି l

ସାତ ପୁରୁଷର ଯେତେ ପିଢି

ଆସିଥିଲେ ଦେଖି ଘର ବାଡ଼ି

ତାଙ୍କ ବଂଶଧର. ସୁଖ ଦୁଃଖ ଦେଖି

ଦୁଃଖ ନେଇଯିବେ ସୁଖ ଛାଡି.. ।

କହିଗଲେ ସବୁ କାନେ କାନେ

ଭେଦ ଭାବନା ନ ନେବା ମନେ

କୋମଳ ମଧୁର. ବଚନ କହିବା

ଆପଣେଇ ନେବା ସର୍ବ ଜେନ... ।

ଆପଦ ବିପଦ ଜୀବ ଟଳି

ହାତରେ ପକାଅ ହାତ ତାଳି

ଅଜ୍ଞାନ ଅନ୍ଧାର. ଦୂର କରିଦେବ

ଜ୍ଞାନର ଆଲୋକ ଦୀପ ଜାଳି.. ।

ବଡ ବଡ଼ିଆଙ୍କ ଚଲାପଥ

ଅନ୍ଧାର, ନୁହଁଇ ଆଲୋକିତ

ଆଲୋକ ଜଳାଇ. ଅନ୍ଧାର ହଟାଇ

କର ତାଙ୍କ ପଦେ ପ୍ରଣିପାତ.. ।

ଫୁଟାଇବା ନାହିଁ ଶବ୍ଦ ବାଣ

ନ କରିବା ଶବ୍ଦ ପ୍ରଦୂଷଣ

ବାଣ ଫୁଟା ବେଳେ. ସତର୍କ ରହିବ

ସୁରକ୍ଷା କରିବା ଶିଶୁ ପ୍ରାଣ.. ।

ପୂର୍ବଜଙ୍କ ଆତ୍ମା ହେବ ଶାନ୍ତି

ଜଳାଇ ପାରିଲେ ଜ୍ଞାନ ଜ୍ୟୋତି

ସଭିଙ୍କ ଜୀବନ ସାର୍ଥକ ହୋଇବ

ହଟିଲେ ଅଜ୍ଞାନ କାଳ ରାତି.. ।

ଏକଥାକୁ ସର୍ବେ କରି ଜ୍ଞାନ

ଏକତ୍ର କରିବା ସବୁ ମନ

ଭାଇଚାରା ନେଇ ପରବ ପାଳିବା

ଦେଶ ସଂହତିରେ ଦେବା ଧ୍ୟାନ ।


Rate this content
Log in

Similar oriya poem from Inspirational