ଜୀବନ ଗୀତା- ୫୩
ଜୀବନ ଗୀତା- ୫୩
1 min
6.8K
ଜୀବନ ଗୀତା
ଜୀବନ ପଥରେ କିଏ ବାଟ ହୁଡେ
କିଏ ଚାଲେ ସିଧାସିଧା
କିଏ ଚାଲିଥାଏ ଶେଷଲକ୍ଷ ଯାଏ
କାହାର ଚାଲିବା ଅଧା ॥୦॥
ପୁରୁଣା ପଥିକ ରହିଯାଏ କାହିଁ
ମିଳଇ ନୂଆ ପଥିକ
ଅଳ୍ପପଥ ଚାଲି ଫେରିଯାଏ କିଏ
କିଏ ଚାଲଇ ଅଧିକ
ନୂଆ ପଥିକକୁ ଆପଣେଇବାକୁ
ମନରେ କାହାର ଦ୍ୱିଧା ॥୧॥
କେତେ ପାଦଚିହ୍ନ ଲିଭିଯାଏ ପୁଣି
କେତେ ନୂଆ ଆଙ୍କିହୁଏ
କିଛି ପାଦଚିହ୍ନ ଯୁଗଯୁଗ ପାଇଁ
କାଳ ବକ୍ଷେ ରହିଯାଏ
ଚାଲିବାକୁ କିନ୍ତୁ କାହାରିକୁ ପଥ
ଦିଏନି ଥରୁଟେ ବାଧା ॥୨॥