Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Niranjan Sahu

Others

2  

Niranjan Sahu

Others

ଶିକ୍ଷା ସହାୟକଟିଏ

ଶିକ୍ଷା ସହାୟକଟିଏ

1 min
6.5K


ବୋଉଲୋ...

ତୋତେ ଯେ କେମିତି ବୁଝେଇବି

ମୁ ନିଜେ ବୁଝି ପାରୁନି

ବୋହୁଟିଏ ଦରକାର ବୋଲି

ଅଭିମାନ କରୁଛୁ

ଓଷାବ୍ରତ କରୁଛୁ

ବାରଘରେ କାମକରି... ଦିନରାତି ଖଟି

ପାଠ ପଢେଇଲୁ

ଯେଉଁଦିନ ଚାକିରୀ ଖଣ୍ଡେପାଇଲି,

ତୋର ଖୁସି କହିଲେ ନସରେ,

ଚାରିଆଡେ,ଧେଣ୍ଡୁର ବାଡେଇ,କହିବୁଲିଲୁ

ମୋ ପୁଅ ଚାକିରୀ ପାଇଛି,

ସୁନାନାକ୍ଷୀ,ବୋହୁଟିଏ,ଆଣିବି,

ଘର ହସିଉଠିବ,ଦୁଃଖ ଚାଲିଯିବ,,

ହେଲେ,ବୋଉ,ମୁ ଯେ,,

ଶିକ୍ଷାସହାୟକ, ଚାକିରିଟେ,ପାଇଛି,

ଦରମା,ମାତ୍ର,4000,

ସେଥିରେ ପୁଣି,ଛ ବର୍ଷ ପରେ,ଯାହାକିଛି

ତୁ ଓ ମୁ ଥିଲୁ,

ଜେନକେନ୍,, ଘର ଚଳିଯାଉଥିଲା

ପୁଣି ବୋହୁଟିଏ,ଆଣିବି,

ଘର ଯେ କେମିତି ଚାଲିବ,

ଏହାହିଁ,ମୋ ଚିନ୍ତା,

ହେଲେ ବୋଉ ତୋ ଖୁସିରେ,

ମୁ ବନ୍ଧା ପଡିଯାଇଛି,

ତୋତେ ବୁଝେଇବାକୁ ଚେଷ୍ଟା କରୁନି,

କାଳେ ତୋ ମନରେ ଦୁଃଖ ଆସିଯିବ,,

ହେଲେ, କେମିତି ଯେ ତୋତେ ବୁଝେଇବି,

ମୁ ନିଜେ ବୁଝିପାରୁନି...


।।ନିରଞ୍ଜନ ସାହୁ।।


Rate this content
Log in