ମନସ୍କ ସ୍ବପ୍ନ
ମନସ୍କ ସ୍ବପ୍ନ
ରାତି ଅଳପ ଦେଖେ ସପନ ବେଶି
ମନେ ମନେ ମୁରୁକି ଦିଏ ମୁଁ ହସି
ସପନରେ ଗଣେ ଆକାଶରେ ତାରା
ସ୍ବପ୍ନ କାଳେ ରହିଯିବ ସେତ ଅଧୁରା ପରା
ପାହିବା ଆଗରୁ ସୁଖର ରଜନୀ
ଉଠି ବସି କହିଦେଲି ମୋର ପ୍ରିୟାର କାନେ
ସପନ ମୋର ହୋଇବକି ସତ ମୁଁ ଜାଣେନା
ସ୍ବପ୍ନରେ ହଜିଯାଇ ଦେଖେ ନୂଆ ଦୁନିଆ
ମଙ୍ଗଳ ଗ୍ରହରେ ସେତ କରିଛି ଘର
ହାତି ଆସି ଢାଳେ ଜଳ କଳସର ଧାର
ସପନ ଦେଖି ଦେଖି ରାତି ପାଇଗଲା ମୋର
ବିଞ୍ଛଣାରୁ ଧାଇଁ ଉଠି ପଡିଲି ତତ୍ପର
କର୍ମମୟ ଜୀବନରେ ହେଲି ଅଗ୍ରସର
ସପନ କେବେ ରୂପନେବ ବାସ୍ତବର
ଲୋଭ, ମୋହ ମାୟାରେ ମୁଁ ଛନ୍ଦି ହୋଇଗଲି
ସ୍ବପ୍ନ କଥା ଭାବିଭାବି ମୁରୁକି ହସିଲି