Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dr.Sashi Bhushan Mohapatra

Inspirational

5.0  

Dr.Sashi Bhushan Mohapatra

Inspirational

ଠିକଣା

ଠିକଣା

1 min
230


ଡଃ ଶଶୀ ଭୂଷଣ ମହାପାତ୍ର


ଏ ଜୀବନ, ଶରୀର ଓ ମନ

ଏ ସବୁ କାହାର?

କାମନାର ଏ ସବୁ ଅନେକ

ମୋର ଆଉ ମୋର,

ପତ୍ନୀ,ପୁତ୍ର, କନ୍ୟା,ମୋର

ଘର ମୋର, ଏ ଗାଁ ମୋର,

ଏ ଠିକଣାବି ମୋର|

ତଥାପି ଏ ଯାଏଁ କାହିଁକି

ମୁଁ ହୋଇପାରିନି

ଏ ସବୁର ଅଧିଶ୍ୱର |


ଏ ନଈ, ଏ ଆକାଶ

ସୂର୍ଯ୍ୟ, ଚନ୍ଦ୍ର,ଏତେ ତାରା

ଏ ସବୁ ତେବେ କାହାର?

ମୁଁ ଠିକଣା ଖୋଜୁଛି

କିଏ ମାଲିକ ଏ ସବୁର |

ମୋ ହୃଦୟର ସ୍ପନ୍ଦନରେ

କେହି ଜଣେ ମୋ କାନେ

ନିରନ୍ତର କହୁଛି,

ଏ ସବୁ ତୋର ନୁହେଁ

ସବୁ ମାଟି, ପାଣି, ପବନ

ନିଆଁ ଆଉ ଆକାଶର ଖେଳ,

ବହୁ ଦୂରେ ସେପାରିରେ

ଜଣେ କେହି କରୁଛି ନିୟନ୍ତ୍ରଣ |


ରାତ୍ରିର ନିବିଡ଼ ଅନ୍ଧାର

ଦିନର ଯଜୁଲ୍ୟ ଆଲୋକ

ଜାଗ୍ରତର ବାର୍ତା ଦିଏ

କରିବାକୁ ତୁମଠି ଆତ୍ମସମର୍ପଣ |

ଅବିରତ ତୁମ ସ୍ପର୍ଶ ପାଇଁ

ନୀରବରେ ଏ ସବୁକୁ

କରୁଛି ନିତି ଅଵଲୋକନ |

ମୁଁ ଆଜି ଧନ୍ୟ

ଶୁଣି ମଧୁସ୍ଵନ ,

ସେ ଧ୍ୟନିରେ ଆତ୍ମହରା

ହୁଏ ମୋ ହୃଦୟ

ମୋର ବୋଲି କିଛି ନାହିଁ ,

ପାଇବିକି ମାଲିକଙ୍କୁ

ଖୋଜୁଛି ଠିକଣା ତାଙ୍କର |

*****************


Rate this content
Log in

Similar oriya poem from Inspirational