ମାଆ ପରି ହେବ କିଏ
ମାଆ ପରି ହେବ କିଏ
ମାଆ ପରି ହେବ କିଏ
ମାଆ ନୁହେଁ ସାକ୍ଷାତ ଦେବୀଟିଏ
ଅଳି ଅର୍ଦଳି ସବୁ ସହେ
ବୁଦ୍ଧିରେ ନାହିଁ ତାପରି କିଏ l
ସ୍ନେହ ପ୍ରେମର ତାର ଆଦର
ମମତା ମୋହରେ କରେ ନିଜର
ସିଏ ଚିହ୍ନଇ ଆମର ମନ
ନ ଦିଏ ମନରେ ଦୁଃଖ କଷଣ l
ସ୍ନେହ ସରାଗରେ ତା ମନଟି ଭରା
ସେ ଆମ ବୋଉଟି ପରା
ମାଆ ଡାକରେ କେଡେ ମମତା
ଜଣାପଡେ ତାର ଆତ୍ମୀୟତା l
ମାଆର ମମତା ସ୍ନେହଭରା କଥା
ତା ଆଶିର୍ବାଦ ରହିଥାଏ ସଦା
ଅତି ସୁଆଦିଆ ତା ହାତ ରୋଷେଇ
କୋଳକୁ ନେଇ ସେ ଦିଏ ଖୁଆଇ l
ସିଏ ଅଟେ ଆମ ପୂଜନୀୟା
ଧରା ଠାରୁ ମଧ୍ୟ ମହାନୀୟା
ଯାତନା ସବୁ ଲୁଚାଏ ଛାତିରେ
ଅମୃତ ଝରାଉଥାଏ ନିଜ ବକ୍ଷରେ l
ଦୀପ ଭଳି ଆଲୋକ ଦିଏ
ଅମୃତର ଗଙ୍ଗା ହୃଦୟେ ଭରିଦିଏ
ତା କୋଳେ ଜନମି ଧନ୍ୟ ମୁଁ ଆଜି
ସୁଝିପାରିବିନି ତା ଋଣ ଝିଅ ମୁଁ ସାଜି l
ଡକ୍ଟର ଝରଣା ଶତପଥୀ
ଭୁବନେଶ୍ବର