Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Eli Mohanty

Inspirational

3  

Eli Mohanty

Inspirational

ଯାତ୍ରା

ଯାତ୍ରା

1 min
13.2K


ଯାତ୍ରା ପାଇଁ ଗଢା ହେଉଛି ଦେବୀ ମୂର୍ତ୍ତି

ନଡା, ଦି' ମାଟିଆ ,

ହୁଂକାମାଟି ପରେ.....

ଶିଳ୍ପୀର ମନ୍ତ୍ରିତ ନିହାଣରୁ

ଦେବୀର କପାଳରେ ଦୁର୍ଦ୍ଦଶ ଅଗ୍ନିର ଜ୍ୱାଳା

ସାରା ସଂସାରର ଅନ୍ଧାର ମୁକ୍ତି ମାଗୁଛି

ଦେବୀର କେଶରେ ।

ଏଥର,

ବହଳେ କୁହୁଡି ଧରି

ଯୋଡ ହସ୍ତେ ଶିଳ୍ପୀ

ଗଢିବ

ଆଖି !

ଓଃ......!!

ଆଖି......??

ଶିଳ୍ପୀ ଭୁଲି ସାରିଥିବା ଶେଷତମ ବିଦ୍ୟା

ବିପର୍ଯ୍ୟସ୍ତ ଅଂଗାର କଣିକା....!!

ଆଉ ଛାତି........??

ଛାତି ପାଇଁ ଲୋଡା ଜୀଅନ୍ତା କଲିଜା !!

ଏକାଠି ହେଲେ ଶିଳ୍ପୀ କୂଳ

ଓଟାରିଲେ ନିଜ ନିଜ ଛାତି

ହାୟ....!!

ବିନା କଲିଜାର ପୁରୁଷ ଛାତି ?

ଅସମ୍ଭବ.....!!

ଉଠ ଦାସେ ଉଠ

ଅଣ୍ଟିରେ ଥାଉ ବାଦାମ ଚୋପା

ସ୍ୱଚ୍ଛ ଭାରତ ଅଭିଯାନରେ

ଗର୍ଜୁଛି ତେଣେ ଅନୁ ମହାନ୍ତି

ସେତକ ବରଂ ସାଇତା ଥାଉ

ଆମ ଚୁଲୀ ପାଇଁ ।

ସମୟ ସରିବା ଆଗରୁ

ସେମାନେ ଦେବୀର ଛାତିରେ ରୋଇଦେବେ

ନିଜ ନିଜ କଲିଜାହୀନ ଛାତିର ଅବସୋସ ଓ

ଧ୍ୱଜଭଂଗର କରୁଣ ସିତ୍କାର

ହାତରେ ଧରେଇଦେବେ ଡମ୍ବରୁ

ଦେବୀ ସବୁକାଳେ ଦେବୀ ହବାକୁ ବାଧ୍ୟ !!

ଦେବୀ ସବୁ ଯୁଗରେ

ହୀନବଳ ଶିଳ୍ପୀ ର ମାଇପି ସ୍ୱର !!

ଆଉ ଦେଖିବ

ସବୁ ପରାଜୟ ରେ ହିଁ ଗଢା ହେଇଥିବ ଅସୁର !

ଚାଲ ଚାଲ

ଏବେ ଫେରିଯିବା ଆମ ଘରକୁ

ସେଠିକି ବି ଶୁଣାଯିବ

ଦେବୀର ଗର୍ଜନ ।

ଦେବୀ ଏଣିକି ଖୋଜିବ ଖାଣ୍ଟି କଲିଜା ଥିବା ଗୋଟେ

ଦୁର୍ଦ୍ଦାନ୍ତ ଅସୁର !!

ଓଃ....

ଦୁର୍ଗା...ଦୁର୍ଗା.....!!

କେତେଥର ଏମିତି ମିଛରେ ଗଢି ହେବୁ ମା' .....??


Rate this content
Log in

Similar oriya poem from Inspirational