Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kamal Kumar Dash

Inspirational

3  

Kamal Kumar Dash

Inspirational

ବୋଉ କଥା ମନେ ପଡେ

ବୋଉ କଥା ମନେ ପଡେ

1 min
7.0K


ବୋଉ ଆଜି ମୋର କାହିଁକି କେଜାଣି

ତୋର କଥା ମନେ ପଡେ

ସକାଳୁ ସକାଳୁ ଚଉରା ମୂଳରେ

ଦୀପ ଜଳା ମନେ ପଡେ (1)

ତୁଳସୀ ମୂଳରେ ଗୁଣ୍ଡ ମୁରୁଜରେ

ଜାଗା ଛବି ମନେ ପଡେ

ଦିନ ଗଡିଗଲେ ତୋ ହବିଷ ଭାତ

ଶାଗ ଭଜା ମନେ ପଡେ (2)

ସଞ୍ଜ ନଇଁ ଗଲେ ଆକାଶର ଦୀପ

ତୋ ଆଳତି ମନେ ପଡେ

ତୋ ସ୍ନେହ ଆଦର ପରଶ ଶାନ୍ତିର

ଆଜି ଭାରି ମନେ ପଡେ (3)

ଜାଣିଛି କେବେବି ଆଉ ଫେରିବନି

ଗଲା ଦିନ ଗଲା କଥା

ବୋଉ ତୋର ବିନା ଖାଲି ଖାଲି ଘର

ଚାରି ଆଡେ ନୀରବତା (4)

ଗାଁଆ ବାଡ଼ି ଘର ଲାଗେନା ନିଜର

ମନ ହୁଏନା ଯିବାକୁ

ତୋ କଥା ଭାବିଲେ ଆଖି ମୋର ପୁରେ

ଭାବେ ଥରେ ଫେରିବାକୁ (5)


Rate this content
Log in

Similar oriya poem from Inspirational