Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasanta kumar Hota

Others

1.0  

Prasanta kumar Hota

Others

କିଏ ଲୋଡେ ମୋତେ

କିଏ ଲୋଡେ ମୋତେ

1 min
7.1K


କିଏ ଲୋଡେ ମୋତେ ଜୀବନ ସରିତେ

ମୋର ରୂପ ରଙ୍ଗ ନାହିଁ

ସୁରମା ସୁଗନ୍ଧ ନଥିଲେ ତ ପାଖେ

କିଏ କରେ ନିଘା କାହିଁ


ସୁରଙ୍ଗ ସୁରୂପ ଥିଲେ ସିନା ପାଶ

ଆସନ୍ତା କି କିଏ ପାଖ

କେତେ ଆକର୍ଷଣ ସତେ ଏ ରୂପର

ରୂପ ପାଇଁ କେତେ ଭେକ


ଅଜର ଅମର ପ୍ରକୃତି ପ୍ରବାର

ପ୍ରକୃତିରେ ପ୍ରମାଦାୟୀ

ରୂପ ରଙ୍ଗ ଦେଖି ଦେହ ପ୍ରେମ ବାଇ

ମଧୁ ଚୁମ୍ବନର ପାଇଁ


ବିହରିବା ପାଇଁ ଅନନ୍ତ ଆକାଶ

ଆସୁଥାଏ ମୋର ଆଶା

ଉନ୍ମଳିତ ଆଖି ଦେଉଥାଏ ଦୃଷ୍ଟି

କରି ଦେହ ନିରଳସା


ଅରୁଣ କିରଣ କରୁଥାଏ ଟାଣ

ଦେଉଥାଏ ମନେ ପ୍ରାଣ

ନିନାଦିତ ତନୁ ହେଲେହେଁ ଅତନୁ

ଯିବ ସିନା ଅପଘୃଣ


ଅନ୍ୟଥା କଟାକ୍ଷ କରେ ବିରୂପାକ୍ଷ

ରୂପର କଷଟି ଧରି

ଅନନ୍ୟା ଅରୁପ ଦେବକି ଆଟୋପ

ହେବା ପାଇଁ କାହା ସରି


ଅନ୍ୟ ରୂପ ରସ ଅନ୍ୟର ମାନସ

ନୁହେଁ ମୋର କେବେ ରୋଷ

ମୋହର ଉଦ୍ଦେଶ୍ୟ ପ୍ରକୃତିର ତୋଷ

ତୃଷାର୍ତ୍ତ କୁ ତପୁ ଶୋଷ


ପ୍ରକୃତି ନିୟମ ଦେଇଛି ଜୀବନ

ଅନୁସରି ହେବା ପାଇଁ

ଆଜୀବନ ନୁହେଁ ରୂପ ରଙ୍ଗ ଗନ୍ଧ

କାମନା ବାସନା ପାଇଁ


ଅନନ୍ତ ଆଶାରେ ଖୋଜୁଛି ଆଲୋକ

ଦେହାତୀତ ପ୍ରେମ ପାଇଁ

ଜୀବନ ବଞ୍ଚିଛି ଆଶା ବି ଭରିଛି

ଉଜ୍ଜୀବିତ ଅଛି ରହି


ପ୍ରଶାନ୍ତ କୁମାର ହୋତା


Rate this content
Log in