Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dilip Kumar Tripathy

Inspirational

3  

Dilip Kumar Tripathy

Inspirational

ଜୀବନ ଟା ବୋଧେ ଏମିତି

ଜୀବନ ଟା ବୋଧେ ଏମିତି

1 min
7.1K


ଜୀବନ ଟା ବୋଧେ ଏମିତି !
ଦିଲିପ୍ କୁମାର୍ ତ୍ରିପାଠୀ 
ନିଇତି ସକାଳ ହବ,  
ସଂଜ ହବ , 
ଫେର୍ ଚଉରା ମୂଳ ଖାଲି ପଡିବ ...

କାନ୍ଦୁରା କାନ୍ଦୁରା ଆକାଶ ଟା 
ସେଇମିତି ଚାହିଁ ରହିବ 
ଖୁବ୍ ବେଶି ହେଲେ 
ବର୍ଷି ଯିବ ଘଡିଏ ।

ଫି ଦିନ କେହି ଜଣେ 
ଏକଲା ଦେଖି କାନ୍ଦିବ 
ଏବେଳେ ଆଉ କା ହାତରୁ ଖସି ପଡିବ 
ଖାଉ ଖାଉ ଭାତ ।

ପାଖ ଲୋକଟି ବେଳେ ବେଳେ 
ଲାଗିବ ଅଚିହ୍ନା,ଅଜଣା 
ଆଉ କେହି ଦୂରେ ଥାଇ 
ଦେଉଥିବ ପାଖେଇବାର ସୂଚନା ।

ଫେର୍ ଇଚ୍ଛା ହବ 
ହଜେଇ ଦିଅନ୍ତିକି, ଫେର୍ ମୋ ଠିକଣା ।

ବାକିରେ ପୁଣି କିଣା ହବ 
ଡାଲା ଭର୍ତ୍ତି ସୁଖ,



ଯିଏ ଯାହା ଭାବୁ ପଛେ 
ଜିଇଁବାକୁ  ଇଚ୍ଛା ହବ 
ସେଇ ଗୋଟିଏ ଦିନକୁ ଅପେକ୍ଷା କରି ।

ବାକି ଦିନଗୁଡା ଖାଲି ଯାହା 
ଛକି ପଡିବ କ୍ୟାଲେଣ୍ଡରରେ !

ତମେ ଆସିବ ଆସିବ ବୋଲି  
ଯେତେ କହିଲେ ବି 
ମୋର ବିଶ୍ବାସ ଆସୁନଥିବ
ହେଲେ ,ଇଚ୍ଛା ହବ 
ଦେଖିବାକୁ ରାସ୍ତା ଆଡେ 
ଝର୍କା ଫାଙ୍କରୁ  ।

କେବେ ତମେ କିଛି ନଥାଇ ବି 
କଉ ଏକ କଥାରେ 
ମନ ଖୋଲି ହସି ଦେଉଥିବ 
ତ କେବେ କେବେ ମୁଁ  ବି 
ମୁଚକି ହସରେ ଠକୁଥିବି ସମସ୍ତଙ୍କୁ ।
 
ହଁ ସତରେ 
ଜୀବନ ଟା ବୋଧେ ଏମିତି !


Rate this content
Log in

Similar oriya poem from Inspirational