Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

BISWESWAR MAJHI

Others

5.0  

BISWESWAR MAJHI

Others

ବସନ୍ତ ଭାବନା

ବସନ୍ତ ଭାବନା

1 min
214


ଅନ୍ତେ ଆସେ ଧରାବୁକେ ଧୀରେ

ଚଇତି ଚୋରା ପବନ

ମଳୟ ପବନ ବାଜିଲେ ନିମରେ

ହୋଇଯାଏ ସେ ଚନ୍ଦନ ।

ପତ୍ରଝଡା ଦେଇ ବୃକ୍ଷରାଜି ଥିଲେ

ଶ୍ରୀହୀନ ବିଧବା ପରି

ନବ ପଲ୍ଲବରେ ପଲ୍ଲବିତ ହୋଇ

ସବୁଜିମା ଯାଏ ଭରି ।

ପଳାଶ କୁସୁମ ରକ୍ତ ବର୍ଣ୍ଣ ହୋଇ

ଅତି ଦୂରୁ ହୁଏ ଦୃଷ୍ଟ

ସୀମନ୍ତିନୀ ଯଥା ପତି ମତି ହୋଇ

ଧବକୁ କରେ ଆକୃଷ୍ଟ ।

ବସନ୍ତ ରାସରେ ରସରାଜ ଦିନେ

ରସୁଥିଲେ ଗୋପାଂଗନା

ଅବିର ରଂଗରେ ହୋଲି ବିଭଂଗରେ

ମତ୍ତ ହୋଇ ଚନ୍ଦ୍ରାନନା ।

ବସ୍ତୁବାଦ ଆଜି ଘାରିଛି ଜଗତ

ବସନ୍ତ ଠିକଣା ହଜେ

ହସନ୍ତ ସଂସାର ପରିଚୟ ହାରି

ବସ୍ତୁରେ ବସନ୍ତ ଖୋଜେ ।

-ବିଶ୍ୱେଶ୍ଵର ମାଝୀ-


Rate this content
Log in