Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Parshuram Biswal

Others

2  

Parshuram Biswal

Others

ତା ଇଚ୍ଛାରେ ଡୋରି ବାନ୍ଧୁ

ତା ଇଚ୍ଛାରେ ଡୋରି ବାନ୍ଧୁ

1 min
6.5K


ତା ଇଚ୍ଛାରେ ଡୋରି ବାନ୍ଧୁ

 

ପର୍ଶୁରାମ ବିଶ୍ୱାଳ

 

ଧନୀ ମଣିଷଟେ ହବ ଆମ ପୁଅ, ଏ ଭାବନା କରି ଗଣ୍ଠି

ଲଦି ଦେଇଥାଉ ଏ ବୋଝ ତା ମୁଣ୍ଡେ, ତା ଭାବନା କାଟିକୁଟି

ଏକୂଳ-ସେକୂଳ କେ’କୂଳ ହୁଏନା

ଇଏ ପ୍ରଭୁ ଆମ ତ୍ରୁଟି ।

 

ପୁଅର ଇଚ୍ଛାଟି ହବ ଚିତ୍ରକାର, ଆମ ଇଚ୍ଛା ସେ ଡାକ୍ତର

ଆମରି ଚାପରେ ପଡ଼ି ସିଏ ଖାଲି ହନ୍ତସନ୍ତ ହେବା ସାର

ତା ମନର କଥା ବୁଝୁନାହୁଁ ଆମେ

ଇଏ ବିଡ଼ମ୍ବନା ଗୋଟି ।

 

ପାଠ ନପଢ଼ି ବି ଖେଳ, ନାଚ, ଗୀତ କାହିଁ ବି ଆକାଶଛୁଆଁ

ଦେଖୁଚୁ ସେ ପିଲା ରହୁଚି ଶୀର୍ଷରେ, ରଖେ ବାପାମାଆ ନାଆଁ

ଦୁନିଆ ଆଖିରେ ଦିଏ ନୂଆ ରଙ୍ଗ

ଖୁସିର ମହକ ବାଣ୍ଟି ।

 

ଦେଖି ଖୁସି ଲାଗେ ପରିବା ଦୋକାନୀ, ଦିନ ମଜୁରିଆ ପୁଅ

ସଫଳତା ଆଣେ କାହିଁ ସେ କୋଉଠି, ଛୁଟେ ଶୁଭେଚ୍ଛାର ସୁଅ

ଦେଖି ବି ଏକଥା ଶିଖି ପାରି ନାହୁଁ

ଧନର ମୋହଟି କାଟି ।

 

ହେ ଜଗନ୍ନାଥ ! ବୁଝେଇଦବୁ କି ଆମର ଏ ବାପା ମାଆ

ତା ଇଚ୍ଛାରେ ଡୋରି ବାନ୍ଧୁ, ପୁଅ ଇଚ୍ଛା ପୂରଣରେ ହେଉ ସାହା

ତେବେରେ ଦେଖିବୁ ହସିବ ସମାଜ

ସୁନ୍ଦର ହବ ତୋ ସୃଷ୍ଟି ।

 

ଗ୍ରା.-ମିତ୍ରସେନପୁର, ପୋ.ଅ.-ଗମୁଁ

ଭା.-ଇନ୍ଦୁପୁର, ଜି.-ଯାଜପୁର, ପିନ୍-୭୫୪୨୧୪

ଫୋନ୍-୯୮୫୩୭୫୯୭୦୦

*****


Rate this content
Log in