Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Geeta Sarangi

Romance

2  

Geeta Sarangi

Romance

ଅସରା ବର୍ଷା

ଅସରା ବର୍ଷା

1 min
6.7K


ଅସରା ବର୍ଷା                     ଗୀତା ଷଡ଼ଙ୍ଗୀ

ଅସରା ଅସରା ବର୍ଷା
ଭରିଦିଏ ଯକ୍ଷକନ୍ୟାର
ଆଖିରେ ଅସରା ଲୁହ
ଖଣ୍ଡ ବିଖଣ୍ଡିତ କରିଦିଏ
ଅଭିଶପ୍ତ,ନିର୍ବାସିତ
ଯକ୍ଷର ହୃଦୟ ।
ରିମ୍ ଝିମ୍ ବର୍ଷା

ଖିନଭିନ୍ କରିଦିଏ
ତା'ହୃଦୟ ତନ୍ତ୍ରୀ
ମନରେ ଝଲସି ଉଠେ
ପ୍ରିୟା ସାଥେ ବିତିଥିବା
ମଧୁ ମିଳନର ରାତ୍ରି ।
ପହିଲି ବର୍ଷାରେ
ମାଟିର ମହକ
ମନେ ପକାଇ ଦିଏ
ତା'ପ୍ରିୟା ଦେହର
ଭୁରୁଭୁରୁ ଗନ୍ଧ
ପ୍ରିୟା ପାଖକୁ
ଉଡି ଯିବାକୁ
ସବୁ ରାସ୍ତା ଆଜି
ତା ପାଇଁ ରୁଦ୍ଧ ।
ନିର୍ବାସିତ ସେ
ରାଜଦ୍ରୋହେ ଦଣ୍ଡିତ ସେ
ଅଭିଶପ୍ତ ତା ଜୀବନ
ବର୍ଷା ଋତୁରେ ପ୍ରିୟାର ବିରହ
ତାପାଇଁ ଅତି ନିଦାରୁଣ ।
ପ୍ରଣୟ ପ୍ରତିମା
ପ୍ରିୟାକୁ ଝୁରିଝୁରି
ପାଗଳ ପ୍ରାୟ ଘୂରିବୁଲେ
ବନ,ଉପବନ,ପାହାଡ,ପର୍ବତ
ହେଲେ ତାର ଆଶା
ଆଶାରେ ରହିଯାଏ
ସବୁ ପରିଶ୍ରମ ହୁଏ ବ୍ୟର୍ଥ ।


Rate this content
Log in