କଳ୍ପନାରେ -22
କଳ୍ପନାରେ -22
1 min
6.7K
କଳ୍ପନାର ଗୀତ -22
କେତେ ଥିଲା ଉଷ୍ମ ଆଲିଙ୍ଗନ ତୁମ
ରହିଛି ଏବେବି ମନେ
ତୋଳିବି ବୋଲି ମୁଁ ସ୍ଵହସ୍ତେ ତୁମକୁ
ରହିଗଲା ଅବସାନେ।
କହିଥିଲ ଦିନେ ସରାଗରେ ତୁମେ
ଅଙ୍କରେ ଧରିବ ତୋଳି
ଚୁମ୍ବନ ବରଷା କରୁଥିବ ତୁମେ
ପ୍ରୀତିର ନିଆଁରେ ଜଳି।
ଭାବିଲେ ନିଃଶ୍ୱାସ ଯାଏ ନାହିଁ ଆଉ
ପ୍ରଶ୍ଵାସରେ ଯାଏ ରହି
ପ୍ରେମର ପ୍ରଦୀପ ଲିଭି ଲିଭି ଆସେ
ସାରା ରାତି ଚେଇଁ ଚେଇଁ।