ଜୀବନ ଗୀତା-୩୭୬
ଜୀବନ ଗୀତା-୩୭୬
1 min
251
ଜୀବନର ଚଉକାନ୍ଥି
ଚଉବନ ହାତ
ତାହାରି ଭିତରେ ସିନା
ହୁଏ ଆତଯାତ ॥୦॥
କେତେ କଥା କେତେ ବ୍ୟଥା
ଗୁମୁରେ ସେ ଘରେ
ଭୋଗିଭୋଗି ଛାତି ଟାଣ
ହୋଇଯାଏ ବଳେ
କର୍ମ କଷଣ ସହଇ
ହାତ ଜଗନ୍ନାଥ ॥୧॥
ଛପନ ପଉଟି ଭୋକ
ଅନନ୍ତ କାମନା
ପୂରାଉ ପୂରାଉ ସିନା
ବୁଦ୍ଧି ହୁଏ ବଣା
ପାତାଳି ସମୟ ଆସି
ହୁଏ ଉପଗତ ॥୨॥