Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ବି. ନିରୁପମା

Fantasy Inspirational

5.0  

ବି. ନିରୁପମା

Fantasy Inspirational

ଭାରି ଉଚ୍ଚ କପାଳି

ଭାରି ଉଚ୍ଚ କପାଳି

1 min
7.3K


 ଭୁରୁ ଭୁରୁ ବାସ ଛାଟି ଫୁଟିଲାଣି ଶେଫାଳି ,

ରାତିକର ଅତିଥି ସେ ଭାରି ଉଚ୍ଚ କପାଳି।


ମନଲୋଭା ସୁଗନ୍ଧ ତା' ଚଉଦିଗେ ଛୁଟଇ ,

ସୁରୁଜ ଉଇଁଲେ ସିଏ ଧରା ପରେ ଲୋଟଇ ।


ଏଡ଼େ ରୂପବତୀ ବୋଲି ନାହିଁ ଜମା ଗରବ,

ଫୁଲ ରାଇଜର ପରା ସେ ଅମୂଲ୍ୟ ଦରବ ।


ଘଡିକର ଜୀବନ ତା' ଭାଳି ଦୁଃଖ କରେନା,

ସେ ବିଷାଦେ ଦରଫୁଟା ହୋଇ ଜମା ଝରେନା ।


ବିଧାତା ସରଜିଛନ୍ତି ଯା'କୁ ଯେଉଁ ଆଶରେ ,

ଅମାନ୍ୟ କରିଲେ ତାକୁ ମିଳିବ କି ଯଶରେ ।


ଏ କଥାକୁ ହେଜ ରଖି ହସି ସେ ତ ଲୋଟଇ,

ସେ ମହତ ଗୁଣ ଲାଗି ଶିବ ଶିରେ ଲୋଟଇ ।



ବି. ନିରୁପମା

ମାମୁରିଆ, ଛେଣ୍ଡିପଦା,ଅନୁଗୋଳ।


Rate this content
Log in

Similar oriya poem from Fantasy