Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Abhiram Sahoo

Inspirational

1.8  

Abhiram Sahoo

Inspirational

ଭାରତ

ଭାରତ

1 min
836



ଭାରତର ଯେଉଁ ଦୁଃଖରେ

ହାତ ମାରିବ ସେଠି

ଫୁଟା ଯାଇପାରେ

ସୁଖର ପଦ୍ମ !


ନିଜ ଦୁଃଖର ପାହାଡ ବଦଳିପାରେ

ଖଣ୍ଡଖଣ୍ଡ ସୁଖର ବର୍ଫିରେ

ନିଜ ଲୁହର ସମୁଦ୍ର

ଶୋଷି ହୋଇଯାଏ

ଗଣ୍ଡୁଷେ ପାଦୁକ ପାଣିରେ !

ନିଜ ଯନ୍ତ୍ରଣାର ରକ୍ତ ନେଇ

ଐକ୍ଯର ତୂଳୀରେ ଅଙ୍କାଯାଇପାରେ

ଓଁ କାର ସ୍ବସ୍ତିକ !


ଭାରତର ପଞ୍ଜରା ହାଡରେ

ଯେଉଁଠି ହାତ ମାରିଲେ ବି

ସେଠି ଗଙ୍ଗା କି ଯମୁନା ବହିପାରେ

ବିନ୍ଧ୍ଯ ହିମାଳୟ ମୁଣ୍ଡ ଟେକିପାରେ

ଅବା କେଉଁ ଅଦୃଶ୍ଯ ପାପୁଲିର ଆଶୀର୍ବାଦ

ତୁମ ମଥା ସ୍ପର୍ଶ କରିପାରେ !


Rate this content
Log in

Similar oriya poem from Inspirational