Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Deepak Sarangi

Others

2  

Deepak Sarangi

Others

ଆମ ଉତ୍କଳ ପ୍ରଦେଶ

ଆମ ଉତ୍କଳ ପ୍ରଦେଶ

1 min
1.4K


ଆମ ଉତ୍କଳ ପ୍ରଦେଶ

ଦୀପକ ଷଡଙ୍ଗୀ


ମାଟି ମାଆ ଆମର ଏଇ

ଉତ୍କଳ ପ୍ରଦେଶ

ଫୁଟାଇଛି ମନେ ଆମର କେତେ

ଉଲ୍ଲାସ ଓ ହର୍ଷ ।


ଏଇ ମାଟି ଦେଇଛି ଆମକୁ

କେତେ ବୀର ଆଉ ବରପୁତ୍ର

ନଦନଦୀ, ପାହାଡ ପର୍ବତ

ସବୁଜିମାରେ ଭରିଛି ସର୍ବତ୍ର ।


ପାଇକ ପୁଅର ରଣ ହୁଙ୍କାରରେ

ଦିନେ ଥରିଥିଲା ଇଂରେଜ ଜାତି

ଚାଲି ଯାଇଥିଲେ ଛାଡି ସେମାନେ

ଲଜ୍ଜାରେ ମଥା ପୋତି ।


ଇତିହାସର ମୁକସ।କ୍ଷୀ ହୋଇ

ରହିଛି ଧଉଳୀ ଦଣ୍ଡାୟମାନ

ନିଷ୍ଠୁର ଅଶୋକ ପୁଣି ପାଇଥିଲା

ଏଠି କେତେ ଯଶ ଓ ସମ୍ମ।ନ ।


ଯାନୀ ଯାତରାରେ ପୂଜା ପାର୍ବଣରେ

ଏଠି ଲ।ଗଇ କେତେ ଭେଳି

ରଜ ପରବର ମଉଜରେ ଝୁମି

ସଭିଁଏ ଖେଳନ୍ତି ଦୋଳି ।


ପ୍ରକୃତିର ନିଷ୍ଠୁରତାକୁ ସର୍ବଦା

ସହିଛି ଏ ପ୍ରଦେଶ

ହେଲେ ବି ଓଡିଆ ମନରେ

ନଥାଏ ତିଳେ ମାତ୍ର କ୍ଲେଶ ।


ଶସ୍ୟ ଶ୍ୟାମଳା ସୁଜଳା ସୁଫଳା

ଓଡିଶା ମାଟି ଆମର

ସବୁ ବିପତ୍ତିରୁ ଉଦ୍ଧ।ରୁ ଥାଆନ୍ତୁ

ପ୍ରଭୁ ହେ କଳା ଠାକୁର ।

ଅଧ୍ୟାପକ,ରୋଲାଣ୍ଡ ଫାର୍ମାସୀ କଲେଜ

ଖୋଡାସିଂଗି, ବ୍ରହ୍ମପୁର – ୧୦


Rate this content
Log in