ଅତିରୁ ଇତି
ଅତିରୁ ଇତି
ତୃଷାର୍ତ୍ତ ଚାଷୀକୁ ଭାରି ଖୁସି ଲାଗେ
ଆକାଶେ ମେଘ ଦେଖିଲେ
ଆନନ୍ଦରେ ପ୍ରାଣ ପୁଲକିତ ହୁଏ
ବରଷା ବରଷି ଗଲେ
ବରଷୁ ବରଷୁ ବରଷାର ଧାରା
ବରଷିଲେ ରାତି ଦିନ
ତୁଟି ଯାଉଥାଏ ସବୁ ସୁଖ ଶାନ୍ତି
ହାନି ଧନ ଓ ଜୀବନ
ଆବଶ୍ୟକ ଠାରୁ ଅଧିକ ଯାଚିବା
ପାଇଁ ଯେବେ କର ମନ
ପ୍ରଶଂସା ତ କେବେ ମିଳିବନି ବନ୍ଧୁ
ଶୁଣୁଥିବା ନିନ୍ଦା ଗାନ
ଚିତ୍ତ ରଞ୍ଜନ ଲେଙ୍କା (କଟକ) ©