Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Hrushikesh Satpathy

Others

3  

Hrushikesh Satpathy

Others

ରଜ ମଉଜ ସଜବାଜ

ରଜ ମଉଜ ସଜବାଜ

1 min
6.8K


ଫଗୁଣ ତା' ମିଠା
  କବିତା ସଜାଇ
    କୋଇଲି କୋଳକୁ
      ଅଜାଡି ଦେଲା ।

କୋଇଲି ନିଜର
  ମଧୁର କଣ୍ଠରେ
    ବାସନ୍ତୀ ବୀଣାରେ
      ସୁର ଯୋଖିଲା ।

ବରଷା ରାଣୀର
  ଶୀତ ଓଢଣୀରେ
    ବସୁଧା ଦେହଟି
      କଅଁଳିଗଲା ।

ଭିଜା ପଣତରେ
  ମୁହଁକୁ ସଜେଇ
    ସୁର ତାଳ ଲୟେ
      ନାଚି ଉଠିଲା ।

ତାତିଲା ମାଟିର
  ଓଦା ବାସନାରେ
    ଆମ୍ବ ବଉଳର
     ବାସନା ମିଶି ।

ବସୁଧା ମାଆର
  ସୁନା ଅଗଣାକୁ
    ମହକେଇ ଦେଇ
     ବାଣ୍ଟିଲେ ଖୁସି ।

ଭାବିଲେ ଆଗକୁ
  ନୂଆ ରୂପ ନେଇ
    ସରାଗେ ସୋହାଗେ
      ଆସୁଛି ରଜ  ।

କୁଆଁରୀ ଝିଅଙ୍କୁ
  ସଙ୍ଗାତ କରିବେ
    ହସି ମନେଇବେ
      ରଜ ମଉଜ ।


Rate this content
Log in