ହାଏ ରେ ମୋ ପାୱାର ଚଷମା – ୧୭
ହାଏ ରେ ମୋ ପାୱାର ଚଷମା – ୧୭
ମନରେ ରହିଛି କେତେ ବିକାର
ସହଜରେ ମୁଁ ଯେ *ଫଟୋଗ୍ରାଫର*
ଝିଅଟେ ଆଣିଲା ମୁଠାଏ ଫଟୋ,
*ଅଙ୍କଲ ହେ ଟିକେ କର ଏଡ଼ିଟ(Edit )* ।
ଏତେ ଫଟୋ ଦେଖି ବେପାରୀ ମନ,
ପଇସା ପାଇବ ! କେତେ ପ୍ରସନ୍ନ ।
ଭାରିଜା-ଗେରସ୍ତ ଯୋଡ଼ି କୁ ଯୋଡ଼ି,
ଯୋଡି ମୁଁ ବସିଲି ନିଶକୁ ମୋଡ଼ି ।
ସତେଇଶ *ସେଟ* ଯୋଡ଼ା ସେ ଫଟୋ
*ୱାହାରେ ତକଦୀର* ଖୋଲ କବାଟ ।
ଖୁସି ସେ ମନରେ ମୁଠିଏ ଟଙ୍କା,
କରି ପକାଇଲା ମୋ’ ମୁହଁ ବଙ୍କା ।
-----------------------------
ସନ୍ଧ୍ୟା ସମୟରେ ପୁଣି ସେ ଝିଅ,
*ଅଙ୍କଲ* ଏ’ କ’ଣ କରିଲ କୁହ *?*
ବାପାଙ୍କ ଫଟୋ ମୋ’ ଏତେ ସୁନ୍ଦର
ଲାଗୁଛନ୍ତି ସେ ତ ସିନେମା ହିରୋ,
ପାଖରେ ରଖିଲ *ସାବି* ମାଉସୀ,
ବାପା ମୋର ହେଲେ ବହୁତ ଖୁସି ।
ମାଆକୁ ମୋହର ସମ୍ଭାଳେ କିଏ,
ରାଗ ତମ ତମ ହୋଇ ସେ କହେ,
କଣା ହେଲା କି ସେ *ଫଟୋଗ୍ରାଫର*
ନିଲାମ କରୁଛି ସ୍ବାମୀଙ୍କୁ ମୋର ।
କାହିଁକି ଆସୁରେ ତୁ ଚାଳିଶିଆ,
‘ଚଷମା’ ତୋ’ ବଳେ ଦେଖେ ଦୁନିଆ,
କେତେ ଦାଉ ସାଧୁ ଏ ବୁଢା କାଳେ,
ଖସେରେ ମୁଁ କଳେ-ବଳେ-କୌଶଳେ ।
ମୁନ୍ନା ମହାପାତ୍ର, ଗୁଣପୁର (ରାୟଗଡ଼)