Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dillip Kumar Parida

Others

2.9  

Dillip Kumar Parida

Others

ତମେ ଗଲା ପରେ

ତମେ ଗଲା ପରେ

1 min
13K


 

 

ତୁମେ ଗଲା ପରେ.... 

ତୁମେ ଚାଲିଗଲା ପରେ...

 

ଚତୁର୍ଦ୍ଦିଗ ଶୂନ୍‍ଶାନ୍‍

ଶବ୍ଦ ସବୁ ନିସ୍ତବ୍ଧ,ନିସ୍ପନ୍ଦ

ଛାତି ତଳେ ଖାଁ ଖାଁ ଭାବ |

ସଜଫୁଟା ଗୋଲାପ ବି

ନିଶବ୍ଦରେ ହୁଏ ବୃନ୍ତଚ୍ୟୁତ |

ତୁମେ ଚାଲିଗଲା ପରେ.....

ବଳକା ଜୀବନ ବି

ଖୋଜେ ଅପମୃତ୍ୟୁ |

ଯୌବନ ବି ହୁଏ

ଉଦ୍ଭ୍ରାନ୍ତ, ବେପଥୁ |

ଯେତେ ଯେତେ ଇଚ୍ଛାମାନେ ମୋର

ଆଜି ସବୁ କୌରବ ଶିବିରେ

ଚକ୍ରବ୍ୟୁହ ଖଞ୍ଜିବାରେ ବ୍ୟସ୍ତ |

ଭେଦିବାକୁ ସେ ଅଭେଦ୍ୟ ,

ମୁଁ ଆହତ ଅଭିମନ୍ୟୁ

ଖୁବ୍ ଅସମର୍ଥ |

ଅତୀତର ପ୍ରଶ୍ନବାଣେ

ଆତ୍ମା ମୋର ଶତଧା ବିଦୀର୍ଣ୍ଣ

ପ୍ରାଣ ମୋର ଶୋକ ଜର୍ଜରିତ |

ତୁମେ ଗଲା ପରେ.....

ବଞ୍ଚିଛି ବଞ୍ଚିନି ଅବା

ମୋ ପାଇଁ ଏକ ପ୍ରଶ୍ନବାଚୀ  |

ମୋ ଶବକୁ ବୋହି ନେବା ପାଇଁ

 

ତୁମ ଆସିବାର ଅପେକ୍ଷାରେ ଅଛି  |

 


Rate this content
Log in