Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Niranjan Sahu

Romance

2  

Niranjan Sahu

Romance

ସ୍ୱପ୍ନ

ସ୍ୱପ୍ନ

1 min
7.0K


ଝିଅଟେ ଆସିଲା ପାଖରେ ବସିଲା,

ବଲବଲ କରି ଚାହିଁଲା.

ତୁମ ଲେଖା ମୋତେ ଭଲଲାଗେ ବୋଲି

ହସିହସି ମୋତେ କହିଲା....

କବୀତା ଲେଖୁଛ ଭଲବି ଲାଗୁଛି.

କବୀତାଟେ ଲେଖ ପଢିବି

ଜଦିଭଲ ଲାଗେ ଯତ୍ନରେ ନେଇ

ମୋର ପ୍ରେମିକକୁ ଦେବି ||


ପ୍ରେମ କବୀତା ସେ ଚାହୁଁଛି ବୋଲି

ମନେ ମନେ ମୁହିଁ ଭାବିଲି..

ଦୁଇ ଚାରି ପଦ ପ୍ରେମ କବୀତାଟେ

ତାପାଇଁ ଗାରେଇଦେଲି..

କବୀତାକୁ ପଡି ମୁରୁକି ହସିଲା

ମୋର .ହାତେ ଦେଇ ଚାଲିଗଲା.

କାରଣ.... ମୁଁ ତୁମକୁ ଭଲପାଏ ବୋଲି

କବୀତାରେ ପଦେ ଲେଖାଥିଲା

ପଛକୁ ଅନେଇ ହାତକୁ ହଲେଇ

ତାର ମନକଥା କହିଦେଲା ||


ମୋ ମନ କଥା କହିବା ବେଳକୁ

ନିଦଟା ମୋର ଭାଙ୍ଗି ଗଲା

ଆଖି ମଳି ମଳି ଖଟରେ ବସି

ଭାବିଲି ସପନ ଦେଖୁଥିଲି

ସପନ କଥା ମିଛ ଅଟେ ବୋଲି

ମନକୁ ବୁଝେଇ ରହିଗଲି

ମଜାରେ ମଜାରେ କବିତା ଗୋଟିଏ

ଲେଖୁ ଲେଖୁ ମୁଁହିଁ ଲେଖିଦେଲି

କିଛି ଭାଵିଵନି କିଛି କହିବନି

ଅନୁରୋଧ କରି ରହିଗଲି ||


ନିରଞ୍ଜନ ସାହୁ


Rate this content
Log in