Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rajesh Kumar Jain

Comedy

2  

Rajesh Kumar Jain

Comedy

କବିମାନଙ୍କୁ ରିଜର୍ଭେସନ୍ ଦରକାର

କବିମାନଙ୍କୁ ରିଜର୍ଭେସନ୍ ଦରକାର

2 mins
6.6K


କବିମାନଙ୍କୁ ରିଜର୍ଭେସନ୍ ଦରକାର

 

ରାଜେଶ କୁମାର ଜୈନ୍ (ଶାନ୍ତିରାଜେଶ)

 

ଥରେ ଫେରୁଥିଲି ଘରକୁ ବସ୍-ରେ

ଶ୍ରୀମାନ୍-ଙ୍କ ସହିତ ଦେଖା ସେହି ରସ୍-ରେ

ହସ ତାମସା କଥାରେ ହେଲା ବନ୍ଧୁତା

ପରିଚୟର ହେଲା ଆଦାନ ପ୍ରଦାନ

ମୁଁ ପଚାରିଲି ଶ୍ରୀମାନ୍-ଙ୍କୁ ନାମ

       କହିଲେ - ରବି

       କାମ - କବି ।

 

ଫୁଲ୍-ଟାଇମ୍ ନା ପାର୍ଟ-ଟାଇମ୍

       କହିଲେ - ପୂରାପୂରି

ପାଉଛନ୍ତି କ’ଣ ?

       ମାନପତ୍ର ଆଉ କରତାଳି

ଖାଉଛନ୍ତି କ’ଣ ?

       ଘରେ ଗାଳି ।

 

ଆଜି ତ ଅବସ୍ଥା ଥିଲା ସବୁଠାରୁ ହୀନ

ଛାମୁଙ୍କ ଘରେ ଥିଲା କବିତାର ଗାନ

ମିଳିଲାନି କପେ ଚା’ ଆଉ ଖଣ୍ଡେ ପାନ

ଏବେ ଶ୍ରୀମାନ୍-ଙ୍କୁ ପଚାରିବାର ଥିଲା ପାଳି

ମୋତେ ପଚାରିଲେ : କରୁଛନ୍ତି କ’ଣ ?

କବିଙ୍କ କଥା ଶୁଣି ମୁଁ ଯାଇଥିଲି ସହମି

ଉତ୍ତରରେ କହିଲି : କବି-କମ୍-ବେପାରୀ

ମୋ କଥା ମନେ ମନେ ଆଙ୍କୁଥିଲି

ମୋ ପ୍ରିୟ ସାଙ୍ଗ ବିଭୀଷଣ

ମାଇପ କାନରେ ଫୋଡ଼ିଛି ବିଷର ବାଣ

ଘରେ କ୍ୟାସେଟ୍ ବାଜୁଛି କ୍ଷଣକୁ କ୍ଷଣ

ଆଗରୁ ତ ଲେଖୁଥିଲ କଭି କଭି

କେଉଁ କବିତା ପ୍ରେମେ ଏବେ ଫୁଲ୍ କବି 

କୁଆଁରା କବିଙ୍କ ଅବସ୍ଥା ଆହୁରି ହେଭି

ମିଳୁନାହାନ୍ତି ଜୀବନର ବେବି

କବି ହେବା ନିଶାରେ ପୂର୍ଣ୍ଣଛେଦ

ସବୁଠାରୁ ଅବହେଳିତ କବି ସମାଜ ।

 

ମନେମନେ ଆଙ୍କୁଥିଲି କବିଙ୍କ ବ୍ୟଥା

ଯେଉଁ କବି କରୁଛି ଅମୃତର ଗାନ

କବିତାର ରଙ୍ଗେ ହଜେଇଦିଏ ରାତିଦିନ

ଲୋକଙ୍କ ଚେହେରାରେ ଫୁଟାଏ ହସ

ତା ଘରେ ଆଜି ଶୋଇଛନ୍ତି ଉପାସ

ଏହାଠାରୁ ବଡ଼ କ’ଣ ଉପହାସ !

 

କରିବି କବିମାନଙ୍କର ଆନ୍ଦୋଳନ

ସମ୍ବିଧାନରେ ହେଉ ସଂଶୋଧନ

ଭିତରେ ଭିତରେ କରୁଛନ୍ତି କ୍ରନ୍ଦନ

ଛାମୁ ଟିକେ ଦେବେ ନଜର

ଆମକୁ ଆଙ୍କିବେନି କିଛି କମ୍

ଆମେ ଜଣେ ଜଣେ ଜିଅନ୍ତା ବମ୍

ଯାହାଙ୍କ ଲେଖନୀରେ ବଦଳିଯାଏ

ଦେଶର ଇତିହାସ ଆଉ ସରକାର

ସେ ଆଜି ବୁଲୁଛି ଦୁଆର ଦୁଆର

ମାନପତ୍ର, ଫଟୋ ଏମାନଙ୍କ ପୁରସ୍କାର

ଆନ୍ଦୋଳନରେ ଜାଗିବ କି ସରକାର

ରିଜର୍ଭେସନ୍ ଏହିମାନଙ୍କୁ ଦରକାର ।

 

ଅପର୍ଣ୍ଣା ନଗର, ଚାଉଳିଆଗଞ୍ଜ, କଟକ-୭୫୩୦୦୪

ଫୋନ୍ : ୯୪୩୭୦୨୦୬୧୮

*****


Rate this content
Log in

Similar oriya poem from Comedy