Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ram Prasad Bisoi

Others

3  

Ram Prasad Bisoi

Others

ମୁଁ ସ୍ୱାଭିମାନ ଓଡ଼ିଆ

ମୁଁ ସ୍ୱାଭିମାନ ଓଡ଼ିଆ

1 min
428


ମୁଁ ସ୍ୱାଭିମାନ ଓଡ଼ିଆ, ମୋ ମା ଓଡ଼ିଆଣି,

ମୁଁ ଆପଣଙ୍କୁ ବୁଝି ପାରିଛି ଆପଣ ମତେ ବୁଝିବାକୁ

ଚେଷ୍ଟା କରନ୍ତୁ । (୧)


ମୋ ସାହିତ୍ୟ ଶାସ୍ତ୍ରୀୟ ,ମୋ ଭାଷା ଓଡ଼ିଆ

ବିଶ୍ୱ ଭାତୃବାଦ ମୋ ସଂସ୍କୃତି

ପୂର୍ଣ୍ଣଚନ୍ଦ୍ର ମୋ ଭାଷାକୋଷ (୨)


ମୋ ଐତିହ୍ୟ ସମୃଦ୍ଧ , ମୋ ଓଡିଶୀ ବିଶ୍ୱପ୍ରସିଦ୍ଧ,

ମୋ ଧର୍ମ ସନାତନ ।

ଇତିହାସ ସାକ୍ଷୀ ମୋ ମାଟିର ବଳିଦାନେ

ଚଣ୍ଡାଶୋକ ବନେ ଧର୍ମାଶୋକ ,

ବିଶ୍ୱ କୁ ମୋ ମାଟିର ଉପହାର

ପ୍ରଥମ କିସମ ଧାନ ।


ମୋ ଇତିହାସ ରୁ ଶିଖେ ମୁଁ ରାଜନୀତି ,

ମୁଁ ପଛକୁ ଫେରି ଚାହିଁ ଆଗକୁ ଚାଲେ,

ମୋ ବେଶ ଭୂଷା ରଙ୍ଗ ଢଙ୍ଗ ବଦଳି ଯାଇ ଥାଇପାରେ ,

ମୋ ମାଟି ରେ ଥାଇ ପାରେ ଚାଷୀ ଆତ୍ମହତ୍ୟା,

ଭୁକ୍ ମରି ଆଉ ନକ୍ସଲବାଦର ତାଣ୍ଡବ

ମୋ ଜଙ୍ଗଲ ଦେଖି ଥାଇ ପାରେ ମାନବ ଅଧିକାର ର ଉଲଂଘନ ର ନଗ୍ନ ଚିତ୍ର,

ମୋ ମା କିନ୍ତୁ

ଆଜି ବି ମୁଁ ଓଡିଆଣି ,ମୁଁ ସ୍ୱାଭିମାନ ଓଡ଼ିଆ,


ରାମ ପ୍ରସାଦ ବିଶୋଇ,

ରାୟଗଡ଼ା |


Rate this content
Log in