Audio

Forum

Read

Contests

Language


Write

Sign in
Wohoo!,
Dear user,
ଜୀବନ ଗୀତା- ୧୪
ଜୀବନ ଗୀତା- ୧୪
★★★★★

© Geeta Sarangi

Others

1 Minutes   6.7K    6


Content Ranking

ଜୀବନ ଗୀତା- ୧୪
 
ଜୀବନଟା ଏକ ପାହାଡୀ ଝରଣା
ଗତି ତା'ର ଅଙ୍କାବଙ୍କା
ଚାଲୁଚାଲୁ ସେ ତ ପାହାଡୀ ରାସ୍ତାରେ
ଖାଉଥାଏ କେତେ ଧକ୍କା ॥୦॥
 
ଧକ୍କା ଖାଇ ରହିଯାଏ ଗୋଟାଏ ମୁହୂର୍ତ୍ତ 
ପୁଣି ସେ ତ ଖୋଜିନିଏ ନିଜେ ନିଜପଥ
କେତେ ବାଙ୍କ କେତେ ମୋଡ
ଅବିରାମ ତା'ର ଦୌଡ
ଧାଉଁଧାଉଁ ଖାଉଥାଏ କେତେପୁଣି ଧୋକା ॥୧॥
 
ଧୋକା ଖାଇ ଝରିଯାଏ ଲୁହର ଝରଣା
ତଥାପି ଚାଲିବା ତା'ର ଶେଷ ତ ହୁଏନା
କେତେ ମାୟା ମରିଚିକା
ଲାଗେ ସାଗର ପରିକା
ଦୁନିଆଟା ଲାଗେ ତାକୁ ଖାଲି ପ୍ରହେଳିକା ॥୨॥

ଜୀବନ ଗୀତା

Rate the content


Originality
Flow
Language
Cover design

Comments

Post


Some text some message..