Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dr Susmita Dash

Abstract

2  

Dr Susmita Dash

Abstract

ଆସନ୍ତୁ କଥା ହେବା Let's talk

ଆସନ୍ତୁ କଥା ହେବା Let's talk

1 min
6.8K


ବିଶୃଙ୍ଖଳ ଜନତା ପରି ଲିଭେଇ ଦେଇଛି,

ଏ ଦୁଃଖ, ସ୍ମୃତି ର କାନ୍ଥ ରେ ଅଙ୍କିତ ହୋଇଥିବା, ଫୁଲ,ପତ୍ର ଓ 

ଡେଣା ମେଲାଇ ଥିବା ବିହଙ୍ଗ।

କିନ୍ତୁ, ମନର ବିଶ୍ୱାସ ଏବେବି

ଅନାବୃତ କରେ ଆନନ୍ଦ,

ଯାହାକି ଦବି ହୋଇ ରହିଛି ଜନ୍ମ ଓ ମୃତ୍ୟୁ ପୁସ୍ତକର ପୃଷ୍ଠା ମଧ୍ୟରେ।

ଅବସାଦର ବହ୍ନି ଜଳୁଛି ,

ସତ୍ତାର ଚାରିପଟେ.....

ମାନସିକ କଷ୍ଟର ବିଭୀଷିକା ....

ଭୟଭୀତ କରେ ,

ନେଇଯିବ କି ତା' ଯନ୍ତାକୁ ?

ରଜନୀର ଘନ ତମିସ୍ରାକୁ ନକ୍ଷତ୍ରର ବିକ୍ଷିପ୍ତ ଆଲୋକ ଚିର ହରଣ କରେ,

ଠିକ୍ ସେପରି,

କାହାର ସ୍ୱର, ଆଶ୍ଵାସନା.. ଖୁସିର କିରଣ ଦେଖାଏ,

ଖୋଜିପାଏ ସେତେବେଳେ ନିଜକୁ।

ନିଜ ଏକାକିତ୍ୱ ଓ ଯନ୍ତ୍ରଣା ଉପଶମ

ଅଛି, ନିଜର ହିଁ ଅନ୍ତରରେ।

ଆବଶ୍ୟକ କରେ ସାହାରାର ,

ରଖ ଧୈର୍ଯ୍ୟ ଓ ବିଶ୍ୱାସ ଆପଣାର।

ପଚାରିବା ଆସ କାହାକୁ

ଶୋକ ତା'ର,

ହାଲୁକା ହେବ ବିଷାଦ ଭରା ଅନ୍ତର,

ଟାଣି ଆଣିବା ତାକୁ ଅବସାଦର ଗହୀରରୁ,........

ନ ହେଲେ

'ଆଲ୍ ଜିମର' ରୋଗ ମଧ୍ୟ ଲାଗିବ

ଏକ ଆଶିର୍ବାଦ,

ପ୍ରଚ୍ଛନ୍ନୀକୃତ ଭାବରେ,

ବଞ୍ଚିବାକୁ ଆନନ୍ଦ ମନରେ।


Rate this content
Log in

Similar oriya poem from Abstract