କିନ୍ତି ନାଗିବ ଯେ
କିନ୍ତି ନାଗିବ ଯେ
ବାହାଘର ଦିନ ଭାରି ମଉଜ
ଥଟାମଜା କେତେ କରେ ଭାଉଜ
ସେଦିନ ବେଦୀରେ ବାଜିଲେ ଡିଜେ
କିନ୍ତି ନାଗିବ ଯେ ॥
ଜୋଇଁପୁଅ ଗଲେ ଶଶୁରଘର
ଶାଶୁଶଶୁରଙ୍କ ଭାରି ଅାଦର
ଜ୍ୱଇଁ ଭୋଜନକୁ ଖାଇଲେ ନିଜେ
କିନ୍ତି ନାଗିବ ଯେ ॥
ପଉଶ ମାସର ଶୀତସକାଳେ
ଚା କପେ ଧରି ଶାଳି ଆସିଲେ
ସେ ଚାହାଟା ଯେବେ ତୁଣ୍ଡରେ ବାଜେ
କିନ୍ତି ନାଗିବ ଯେ ॥
ପଖାଳ ଭାତକୁ ଶୁଖୁଆ ଭଜା
ସକାଳୁ ସକାଳୁ ଦେଲେ ଭାରିଜା
ଲଙ୍କାଲୁଣ ପୁଣି ଦେଲେ ସେ ଲାଜେ
କିନ୍ତି ନାଗିବ ଯେ ॥
ପହିଲି ଆଷାଢ ବରଷା ଛିଟା
ଯେତେ ଭିଜୁଥିଲେ ଲାଗିବ ମିଠା
ପ୍ରିୟା ସାଥେ ଯେବେ ମନଟା ଭିଜେ
କିନ୍ତି ନାଗିବ ଯେ ॥
ଅତୀତ ଘଟଣା ଅତି ମଧୁର
ସ୍ମୃତି ହୋଇ ରହେ ସଦା ନିଜର
ସେ ସ୍ମୃତିକୁ ଯିଏ ନିରବେ ଖୋଜେ
କିନ୍ତି ନାଗିବ ଯେ ॥
କବିତାଟା ଲେଖି ଦେଲି ପଠେଇ
କବିତା ନୁହେଁ ଏ ହସ ମିଠେଇ
(ମୋ)କବିତା ପଢି ଯେ ଖୁସିରେ ଭିଜେ
କିନ୍ତି ନାଗିବ ଯେ ॥
ଶରତ ଚନ୍ଦ୍ର ଜାଲି,ପଥରା
ତା:୩/୭/୦୧୮