Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୨

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୨

Classics

ବସନ୍ତରେ ହସି ହସି

ବସନ୍ତରେ ହସି ହସି

1 min
7.0K


ସୁଶାନ୍ତ କୁମାର ନନ୍ଦ


ମଳୟ ବହୁଛି ଥିରି ଥିରି କରି ,

କୋଇଲି ଗାଉଛି ସୁରେ ,

ବସନ୍ତ ଆସିଛି ଧରା ଧାମେ ଫେରି ,

ପରବ ଧରି ସାଥିରେ ।

ବଉଳ ବାସରେ ଧରା ମହକୁଛି ,

ଗଛରେ ନୂଆ ପତର ,

ପ୍ରକୃତିର ଶୋଭା ଆହା ମନୋଲୋଭା ,

ନାହିଁ ବି ଶୀତର ଡର ।

ଯେତେ ଯାତରା ପରବ ସବୁରେ ,

ଭେଟି ଏଇ ବସନ୍ତର ,

ଜାଗରଠୁ ଦୋଳ ପୁଣି ରଙ୍ଗ ଖେଳ ,

ସବୁଠାରୁ ଉପହାର ।

ଆସ କୁନାକୁନି ଆସ ମୁନାମୁନି ,

ପାଳିବା ପରବ ମିଶି ,

ସେନେହ ଶରଧା ବାଣ୍ଟିଦେବା ଆମେ ,

ବସନ୍ତରେ ହସି ହସି ।


Rate this content
Log in

Similar oriya poem from Classics