Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sadananda Sahoo

Inspirational

3  

Sadananda Sahoo

Inspirational

ସ୍ଵୟଂପୂର୍ଣ୍ଣା ଆମ ମାଆ

ସ୍ଵୟଂପୂର୍ଣ୍ଣା ଆମ ମାଆ

1 min
229


କୁଳର ଗାରିମା ପ୍ରୀତିର ପ୍ରତିମା

ସ୍ନେହଁମୟୀ ଭଗ୍ନୀ,ଜାୟା

ଦୁହିତାରୁମାତା ସରଗ ମୁକୁତା

ଆହାକି ତା' ମୋହମାୟା ! !

ସଂସାର ମନ୍ଦିର ଅନନ୍ୟ ସ୍ଵାକ୍ଷର

ସଵୁଆମ ଜନନୀର

ନିରଳସେ ଭାସେ ଜଞ୍ଜାଳ ଊଚ୍ଛ୍ଵାସେ

ସମୃଦ୍ଧିର ସୁତ୍ରଧାର ! !

ସର୍ବ ସମର୍ପଣେ ସଦାସେ'ଉତ୍କର୍ଷେ

ସତେ ସେ'ଜଗତ ଜିତା

ଶାବକର ବସା ହସଇ ସର୍ଵଦା

କୁହୁକିନୀ ସେ'ଯେ ମାତା ! !

ଖୁଦକି ମରୂଖ ମାଆ'ଦେଲେ ପ୍ରୀତ

ମେଣ୍ଟିଯାଏ ଭୋକଶୋଷ

ମାଆ ଅନ୍ନପୂର୍ଣ୍ଣା ମାଆ ସ୍ଵୟଂପୂର୍ଣ୍ଣା

କରେନାହିଁ କେବେ ରୋଷ ! !

ମାତା ମହନୀୟା ଶ୍ରେଷ୍ଠା ବନ୍ଦନୀୟା

ସର୍ବଂସହା ଶକ୍ତିରୂପା

ଦଗ୍ଧୀଭୂତ ହୋଇ ଦୁଃଖକୁ ଆବୋରି

ସଭିଁଙ୍କୁ କରଇ କୃପା ! !

ରୋଗଶୋକ ବେଳେ ସେବାଧର୍ମ କରେ

ପଲକତା' ପଡେନାହିଁ

ସୃଷ୍ଟିରେ ଆଶ୍ଚର୍ଯ୍ୟା ଅନନ୍ୟା ସେ'ମାତା

ଗଢିଛିକି ଜାଣି ବିହି ! !

ଶୁଭ ପ୍ରଦାୟିନୀ ମାଆ ଘରମଣି

ବିଧିର ସେ' ବିଧାୟିକା

ବାର ମାସେ ତେର ପାଳଇ ପରବ

ଦୂରହୁଏ ସର୍ବଶଙ୍କା ! !

ଉପବାସେ ହସେ ଦୁଃଖେ ଅବା ସୁଖେ

ସୁଖର ସମୃଦ୍ଧି ପାଇଁ

କେହି ବୁଝେନାହିଁ ଖାଇଛିକି ନାଇଁ

ସ୍ଵାର୍ଥପର ସର୍ବେଭାଇ ! !

ଚିରଦୀପ୍ତିମୟୀ ହେ'ମାଆ କଲ୍ୟାଣୀ

ଶତଶତ ପ୍ରଣିପାତ

ହୃଦୟା ବିଭବା ହୀରାମୋତି ମାଳା

ସୃଷ୍ଟି ତୋ ' ବିରଳ ମାତ ! !

ସଦାନନ୍ଦ ସାହୁ , ଧୁରୁଷିଆ , ଆଠଗଡ , କଟକ


Rate this content
Log in

Similar oriya poem from Inspirational