Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ବି. ନିରୁପମା

Others

4.8  

ବି. ନିରୁପମା

Others

ଥାଏ ତୋର ବାଟ ଚାହିଁ

ଥାଏ ତୋର ବାଟ ଚାହିଁ

1 min
4.1K



କେଉଁ ଦିନୁ ହେଲା ତୋ ସାଥିରେ ଭାବ,

ଭଲ ଭାବେ ମନେ ନାହିଁ,

ତୁଉ ଜାଣିଥିଲେ ମନେ ପକେଇଦେ

ମଉନ ରହନା ଚାହିଁ !


ମନେପଡୁଅଛି ସଖାଙ୍କ ମେଳରେ ,

ଛପିଥିଲୁ ଦିନେ କଦମ୍ବ ଡାଳରେ -

ସଖୀମେଳେ ମୋର ଗାଧୁଆ ବେଳରେ

ବାସ ଲୁଟି ନେଲୁ କାହିଁ !

କେଉଁଦିନୁ ହେଲା ତୋ ସାଥିରେ ଭାବ

ଭଲ ଭାବେ ମନେ ନାହିଁ।


ବୃନ୍ଦାବନରେ ସେ ପୁନେଇ ରାତିରେ ,

ଭେଟ ହୋଇଥିଲା ତୋଅରି ସାଥିରେ ।

ବଂଶୀ ତାନେ ଗଲି ରାସରେ ମାତିରେ

ଭାବେ ହଜିଗଲି କାହିଁ ।

କେଉଁଦିନୁ ହେଲା ତୋ ସାଥିରେ ଭାବ

ଭଲଭାବେ ମନେ ନାହିଁ।


ଗୋପଦାଣ୍ଡେ ଦିନେ ପଡ଼ୁଥିଲା ହୁରି ,

ଦୂତି ଲହୁଣୀ କେ ନେଲା ଚୋରି କରି ।

ଧାଇଁ ଯାଉଯାଉ ତୋତେ ନେଲି ଧରି

ବିକଳରେ ଥିଲୁ ଚାହିଁ ।

କେଉଁଦିନୁ ହେଲା ତୋ ସାଥିରେ ଭାବ

ଭଲଭାବେ ମନେ ନାହିଁ ।


ମନେ ଥିଲେ ତୋର କହିଦେରେ ମୋତେ,

ଦୋଷ ଦେଇ ଆଉ କହିବିନି ତୋତେ ।

ମୋ ପରାଣ ପରା ଝୁରଇ ନିରତେ

ଥାଏ ତୋର ବାଟ ଚାହିଁ ।

କେଉଁଦିନୁ ହେଲା ତୋ ସାଥିରେ ଭାବ

ଭଲଭାବେ ମନେ ନାହିଁ ।


ତୁଉ ଜାଣିଥିଲେ ମନେ ପକେଇଦେ

ମଉନ ରହନା ଚାହିଁ ।


ବି. ନିରୁପମା

ମାମୁରିଆ, ଛେଣ୍ଡିପଦା,ଅନୁଗୋଳ।


Rate this content
Log in