Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Padmalaya Mishra

Others

3  

Padmalaya Mishra

Others

ଚଉକା ଛକା

ଚଉକା ଛକା

1 min
356



ଖେଳ ନୁହେଁ ତ ଏ ଏକ ଧର୍ମ

ଯେଉଁଥିରେ ଖେଳ ପଡିଆ

ବୋଧହୁଏ କୁରୁକ୍ଷେତ୍ର

ଗଣମାଧ୍ୟମ ପାଲଟି ସଞ୍ଜୟ

ଦିଅନ୍ତି ଧାରା ବିବରଣୀ

କପ୍ତାନ ଶ୍ରୀକୃଷ୍ଣ

ବିତରିଦିଏ ଯୁଦ୍ଧ ଜିତିବାର

ପ୍ରତ୍ୟେକ ମଞ୍ଜି କଥା .....

ଆରମ୍ଭ ହୁଏ ଚଉକା ଛକାର ପ୍ରତିଯୋଗିତା

ଦେଶପ୍ରେମ ରୁମ ଟାଙ୍କୁରେଇ ଦିଏ

ଯାହା ସୁପ୍ତ ହୋଇଥାଏ

ସ୍ଵାଧିନତା ଦିବସ ଓ ଗଣତନ୍ତ୍ର ଦିବସ ପରେ

ଭାରତ ଭାରତ ଡାକରେ

ବିଭୋର ସଭିଏଁ

ପଙ୍ଗୁ ହୋଇସାରିଥାଏ

ଦୀର୍ଘ ଦିନଟିଏ ସାରା ଦେଶ

ଜିତିଗଲେ ତ ଜୟ ଜୟକାର

ନହେଲେ ଗାଳି ଓ ବୋଲୁଅ ପ୍ରହାର

ଇଏ କି ଦେଶପ୍ରେମ

ଖେଳ ନୁହେଁ ତ ଏ ଏକ ଧର୍ମ ।


Rate this content
Log in