ହାଏରେ ମୋ’ ପାୱାର ଚଷମା- ୦୩
ହାଏରେ ମୋ’ ପାୱାର ଚଷମା- ୦୩
କାଲି ଦେଖୁଥିଲି ଟାଇଟି ଜିନ,
ସ୍କୁଟି ଛୁଟାଉ ତୁ ବେଗ ପବନ,
ପୁଅ ପିଲା ପରି କଟିଙ୍ଗି ତୋ’ର
ଥରେ ଦେଖିଦେଲେ ମାଡିବ ଜ୍ଵର ।
ତଥାପି ମନକୁ ଦେଲି ବୁଝାଇ ,
ତୋହରି ପ୍ରେମରେ ହୋଇଲି ବାଇ,
ଭାବିଲି ମୁଁ ତୋର କୃଷ୍ଣ କହ୍ନାଇ,
ତୁ ସାଜିବୁ ମୋର ସୁନ୍ଦରୀ ରାଇ ।
ଜାଣି ମୁଁ ନଥିଲି ହୋଇଛୁ ବାହା
ଏବେ ଦେଖି ମୋତେ ଲାଗେ ଛାନିଆ,
କାର୍ତ୍ତିକ ପାଳୁ ତୁ ଓଢଣା ପାରି,
ପାଟ ଶାଢ଼ୀରେ ତ ଭାରି ସୁନ୍ଦରୀ ।
ଦେଖିଥିଲି ମୁଁ ଯେ କେତେ ସପନ,
ବିଶ୍ଵାସ ନ କରେ ଆଜି ନୟନ,
ଓଡ଼ିଆ ବୋହୂ ତୁ ଆଉ କାହାର,
କାହିଁକି ତୋ’ ପାଇଁ ସାଜିବି ହିରୋ ।
ପାୱାର ଚଷମା ଦେଇନି ଧୋକା,
ସତ ଜାଣି ମନେ ପଶେ ଛନକା,
ପର ସ୍ତ୍ରୀ ନ ହେବରେ ପ୍ରେମିକା,
ଯଦି ସେ ହୁଅଇ ଦେବରେ ଧୋକା ।
ମୁନ୍ନା ମହାପାତ୍ର, ଗୁଣପୁର