ମୃତ୍ୟୁ ବି ଅଶ୍ରୁତ
ମୃତ୍ୟୁ ବି ଅଶ୍ରୁତ
ସତେକି ମୁଁ ପରିତ୍ୟକ୍ତ ??
କର୍ଣ୍ଣପାତ ହେଉନି ମୋ ସ୍ୱର,
ବେଢଙ୍ଗ ମୋ ଭାଷା ଅବା
ନୁହେଁ ଶ୍ରବଣ ଯୋଗ୍ୟ....
ସ୍ୱରଭେଦ ଦୂରେ ଥାଉ,
ମୋ ମୃତ୍ୟୁ ବି ଅଶ୍ରୁତ।
କରିସାରିଛି ଚେଷ୍ଟା ଅଶ୍ରୁରେ ବି,
ଶସ୍ୟ ଉତ୍ପାଦନ ପାଇଁ...
ବର୍ଷା ତ କେବେ ପୋକ,
ଲୁଣ୍ଠନ କରିଛନ୍ତି ମୋ ପରିବାରର ଭୋକ
ଶୁଖିଯାଇଛି ଲୁହ,
ଅସହ୍ୟ ଅବସାଦରୁ ମୁକ୍ତି କଷ୍ଟକର...
ଜଳୁଛି ଅନ୍ତରର କୋହ।
ସଂସାରର ବୋଝ ଖାଇଗଲେ,
ଚକଡା ପୋକ ଓ ଋଣ...
ମୁଁ ଏକା ଏବେ ନିଃସହାୟ,କ୍ଷୁଧାର୍ତ୍ତ..
ବଳି ଦେବାକୁ ବ୍ୟଗ୍ର ,
ନିଜର ଶରୀର ଓ ଯନ୍ତ୍ରଣାର ଅବଶେଷ,
ଏ ମୃତ୍ତିକାକୁ, ଉଜୁଡା ଫସଲକୁ ଓ
ଏ ସମାଜର ମାନବିକତାକୁ ।