Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Raja Sekhar CH V

Romance

3  

Raja Sekhar CH V

Romance

ପ୍ରଣୟ ଗେୟ

ପ୍ରଣୟ ଗେୟ

1 min
265



ସକାଳ ବେଳ ଜଣାଏ ଅରୁଣୋଦୟ,

ସଞ୍ଜବେଳ ଜଣାଏ ଚାରୁ ଚନ୍ଦ୍ରୋଦୟ,

ପ୍ରୀତିର ବେଳ ଜଣାଏ ଆସକ୍ତ ହୃଦୟ,

ଅନୁରକ୍ତି ଜଣାଏ ମୋର ପ୍ରଣୟ ଗେୟ।୧।


ଆଣିଲ ଜୀବନରେ ତୁମେ ସମୁଜ୍ଜ୍ୱଳ ଅର୍କଙ୍କର ଆଲୋକ,

ଦେଲ ନବଯୌବନକୁ ଯେ ପୂର୍ଣ୍ଣଚନ୍ଦ୍ରଙ୍କର ଚକ୍‌ଚକ୍‌ ଚମକ,

ତୁମ ସ୍ନେହଯୁକ୍ତ ସାମିପ୍ୟ ଅତି ମନମୋହକ ଆନନ୍ଦଦାୟକ,

ନିଜର ମୃଦୁହାସରେ ଦେଖେଇଲ ପ୍ରେମର ଝଲମଲ ଝଲକ।୨।


ଆଜି ପର୍ଯ୍ୟନ୍ତ ମୁଁ ଯେ ଥିଲି ଦିଶାହୀନ,

ଦୀର୍ଘ ଜୀବନପଥ ଲାଗୁଥାଏ ଅନ୍ତହୀନ,

ଏକାଗ୍ରତା ମୋର ହୋଉଥାଏ ବଳହୀନ,

ତୁମ ବିନା ଦିନଚର୍ଯ୍ୟା ଲାଗେ ରୁଚିହୀନ।୩|


ମୋ ରସହୀନ ସମୟକୁ ଦିଅ ଝଟକ,

ତୁମ ଅନୁରାଗ ହେଲା ଚନ୍ଦନର ମହକ,

ମଥାରେ ଲଗାଅ ମୋ ସିନ୍ଦୁର ର ତିଳକ,

ପ୍ରତ୍ୟହ ଖୋଲିବା ପ୍ରଣୟ ଗେୟର ସିନ୍ଦୁକ |୪| 



Rate this content
Log in

Similar oriya poem from Romance