Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasant Kumar Nath

Action

5.0  

Prasant Kumar Nath

Action

ଜଳ ହିଁ ଜୀବନ

ଜଳ ହିଁ ଜୀବନ

1 min
785


ପାଣି ପାଣି ଯେତେ ଚିତ୍କାର କରିଲେ

ପାଣିତ ମିଳିବ ନାହିଁ

ଗଛ କାଟି ସବୁ ସଫା କରିଦେଲେ

ବରଷା ହୋଇବ କାହିଁ ।


ଜଳ ବିନା ଏଠି ଜୀବନଟା ସତେ

ବଞ୍ଚିକି ପାରିବ କୁହ

ଏମିତି ସମୟ ଆସିଯିବ ଦିନେ

ପିଇବ ଆଖିର ଲୁହ ।


ଜଳର ସଞ୍ଚୟ ଅତ୍ୟନ୍ତ ଜରୁରୀ

କରନାହିଁ ଜମା ନଷ୍ଟ

ବୁନ୍ଦାଏ ଜଳବି ପାଇବା ପାଇଁକି

ଭୋଗୁଥିବ ନାନା କଷ୍ଟ ।


ଗଛ ଥିଲେ ସିନା ବରଷା ହୋଇବ

ମିଳିବ ଆମକୁ ଜଳ

ଉପରକୁ ଚାହିଁ ବସିକି ରହିଲେ

କାହୁଁ ବା ମିଳିବ ଫଳ ।


ଜଳ ଆଉ ବାୟୁ ବଞ୍ଚିବା ପାଇଁକି

ନିହାତି ଅପରିହାର୍ଯ୍ୟ

ସେଥିପାଇଁ ପରା ଗଛଟେ ବଞ୍ଚିବା

ନିହାତି ଅଟଇ ଧାର୍ଯ୍ୟ ।


ବେଳ ଥାଉ ଥାଉ ସଜାଗ ହୋଇବା

ଜଳର ସୁରକ୍ଷା ପାଇଁ

ନଷ୍ଟ କରିବାନି ଜଳକୁ କେବେ ହେଁ

ଗଛ ବି ଦେବା ଲଗେଇ ।


Rate this content
Log in

Similar oriya poem from Action