Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kamala Satpathy

Inspirational

3  

Kamala Satpathy

Inspirational

ନାରୀ ମୁଁ

ନାରୀ ମୁଁ

1 min
6.3K


ଲୋଡ଼ା ନାହିଁ ପକ୍ଷ ମୋର

ଲୋଡା ନାହିଁ ସ୍ବାଧୀନତା

ନାହିଁ ଆକାଶରେ ମୋ ଉଡିବାର ସ୍ବପ୍ନ

ନାରୀ ମୁଁ -

ଏ ଧରାକୁ ସୁନ୍ଦର କରିବାରେ

ମୋର ଆଗ୍ରହ କେବଳ !

ସମୁଦ୍ରର ବିଶାଳ ଗର୍ଭରେ

ନ ହଜୁ ମୋ ଛୋଟିଆ ଅସ୍ତିତ୍ଵ

ବେଳାଭୂମିରେ ପାଦ ଚିହ୍ନ ପରି

ଯୁଗ ଯୁଗ ଧରି

ସମସ୍ତଙ୍କ ହୃଦୟରେ

ରହୁ ମୋର ଛାପ ।

ପାହାଡ଼ ପର୍ବତ ସବୁଜିମା

ସମସ୍ତେ ମୋ ପ୍ରେରଣାର ଉତ୍ସ

ଅନ୍ଧାରଠୁ ଶିଖିଅଛି

ବିନା ଆଲୋକରେ ଚାଲିବାକୁ ବାଟ

ନାରୀ ମୁଁ

'ନାହିଁ'ରୁ ବି ଖୋଜି ଆଣିପାରେ

'ହଁ' ପାଇଁ ଏକ ସ୍ଥାନ ସୁରକ୍ଷିତ !

ଦୁର୍ଗା କାଳୀଙ୍କର ରୂପ

ଅବା ଧରିତ୍ରୀର ମୁଁ କ୍ଷୁଦ୍ର କଣିକା

କରେନି ଚିନ୍ତା କେବେ

ମୋ ଗର୍ଭରୁ ଜାତ ଏ ବିଶାଳ ଦୁନିଆରେ 

କେତେ ମୁଁ ଅଳୀକ 

ମୁଁ ଖାଲି ଜାଣିଅଛି -

ନାରୀ ମୁଁ,

ଆଉ ଏତିକି ହିଁ ମୋର

ସର୍ବଶ୍ରେଷ୍ଠ ପରିଚୟ !!!


Rate this content
Log in

Similar oriya poem from Inspirational