Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଵଳରାମ ତରାଈ

Others

2  

ଵଳରାମ ତରାଈ

Others

ରଥଯାତ୍ରା

ରଥଯାତ୍ରା

1 min
190


ରହିଯା’ ରେ ରହିଯା’ ରେ ତୁ

ମୋ ଜଗା କାଳିଆ ।

ବଡ ଦାଣ୍ଡେ ହୁଅ ରେ ଠିଆ

ବହୁତ ବାଟରୁ ଆସିଛି ଧାଇଁ

ନିରାଶ ମୋତେ କରିବୁ ନାହିଁ

ରଥ ଦଉଡି ଟିକେ ଟାଣିବା ପାଇଁ ।

ଦର୍ଶନ ଦବୁରେ ନୀଳାଚଳିଆ

ତୋ ରଥ ଛୁଇଁ ଧନ୍ୟ ହେବି

ରଥେ ଯାଉଛି ଝୁଲି ଝୁଲି ଗଡି ଗଡ଼ି

ପହଣ୍ଡି ଦେଖିବି ବୋଲିରେ କାଳିଆ ।

ତୋ ପାଖେ ହରି ବୋଲ ହୁଳହୁଳ

ମୋ ପାଖରେ ରାମ ନାମ ସତ୍ୟ ।

ତୋ ରଥ ଟଣା ବଡ ଦାଣ୍ଡରେ

ମୋତେ ବୋହୁଛନ୍ତି ଚାରି କାନ୍ଧରେ ।

ତୋ ଆଗେ ଧୂପ ଦୀପ

ମୋ ଆଗେ ଖଇ କଉଡି ।

ତୁ ଯାଉଛ ଭାଇ ଭଉଣୀକୁ ନେଇ

ମୁଁ ଯାଉଛି ମଶାଣି ଭୁଇଁ ।

ତୁ ବୁଲିବାକୁ ମାଉସୀ ମା’ ମନ୍ଦିର

ମୁଁ ଯାଉଛି ମଶାଣିକୁ ମୋର

ତୁ ଫେରିବୁ ବଡ ଦେଉଳକୁ

ମୁଁ ଯିବି ଜମ ପୁରକୁ ।

ତୁ ସର୍ଜ୍ଜିତ ହେବୁ ଫୁଲ ମାଳେ

ମୁଁ ସଜ ହେବି କୋକେଇରେ ।

ତୋ ଦେହ ବନ୍ଧା ତୁଳସୀ ମାଳ

ମୋ ଦେହେ ବନ୍ଧା ପାଳ ଦଉଡି

ତୁ ଗାଧେଇବୁ ଶହେ ଆଠ ପାଣିରେ

ମୁଁ ଗାଧେଇ ବି କିରାସିନିରେ ।

ତୋ ପାଖେ ଷାଠିଏ ପଉଠି ଭୋଗ

ମୋ ଆଗେ ଖପରେ ଭାତ ।

ତୋ ଆଗେ ବାସ ଚନ୍ଦନ କର୍ପୁର

ମୋ ଆଗେ ଖଇ କଉଡ଼ି ବିଞ୍ଛୁଥିବେ ।

ତୋ ଆଗେ ତୁମ ଶଙ୍ଖ ବାଜୁଥିବ

ସ୍ୱର୍ଗଦ୍ୱାରେ ମୋ ଶବ ମାଟିରେ ମିଶିବ ।

ତୁ ରତ୍ନ ସିଂହାସନେ ବସିଛୁ

ମୁଁ ଜୁଇରେ ଜଳୁଛି ପୋଡି ମରୁଛି ।

ଶେଷ ଇଚ୍ଛା ମୋର କର ପୂରଣ ଦେ’

ମୋ ଆତ୍ମାକୁ ବୈକୁଣ୍ଠରେ ଜାଗା ଦେ’

ଦେହ ସିନା ଜଳିଯିବ ରେ କାଳିଆ

ଆତ୍ମା ମୋର ଜଳିବନି ରେ ।

ମୁଁ ସିନା ମରିଯିବି ଆତ୍ମା ମରିବନି

ମୁଁ ସିନା ଦୁନିଆରୁ ଚାଲିଯିବି

ଆତ୍ମା ମୋର ଯିବନି । 


Rate this content
Log in