Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Maheswar sahoo

Inspirational

3  

Maheswar sahoo

Inspirational

ପାଣି ମାଠିଆ

ପାଣି ମାଠିଆ

1 min
575


ଶୀତଳ ପାନୀୟ,   ଯୋଗାଇ ଦିଏ ସେ,

     ଗ୍ରୀଷ୍ମ ରୌଦ୍ର ଝାଞ୍ଜି ଖରେ:

ଅତି ଆପଣାର,     ଦୁଃଖିନୀ ମାଆର,

     ଥାଏ ସିୟେ ଘରେ ଘରେ::

ନଳକୂପ ଜଳ,        ସାଇତି ରଖଇ,

     ସରାଗେ ମାଆଟି ମୋର:

କେତେ ଶାନ୍ତି ଦିଏ,  ଗ୍ରୀଷ୍ମ ବୈଶାଖୀରେ,

     ସୁଧା ସମ ତୃପ୍ତ ନିର::

ପ୍ରିୟା ପ୍ରୀତି ବନ୍ଧୁ,       ଆଉ ପରିଜନ,

      ଆସିଲେ ଆମରି ଘର:

ଦୁଇ ତିନି ଲୋଟେ,    ତୃଷ୍ନା ମୁକ୍ତ ହ୍ୱନ୍ତି,

     ବୈଶାଖୀର ଉପଚାର::

ଢକ ଢକ କରି,      ପଲକ ମଧ୍ୟରେ,

      ପିଇ ଯାଇଥାଏ ମୁହିଁ:

ମାଠିଆ ଭଣ୍ଡାର,     ତୃଷ୍ନାରେ ଆଦର,

     ମାଠିଆ ପରିକେ ନାହିଁ::

ଘର ଅଗଣାରେ,      ଗ୍ରୀଷ୍ମ ସମୟରେ,

     ମାଠିଆଟେ ଭରି ରଖ:

ତୃଷାର୍ତ୍ତ ବିହଙ୍ଗ,      ଗ୍ରୀଷ୍ମର ଗୋଗୁଷ୍ଟ,

     ପିଇ ପାଇବେଜେ ସୁଖ::

ଦେଖେଇ ଜମେଇ,    ଜଳ ଦାନ କରି,

     ମିଳେ ଅବା କେଉଁ ଧର୍ମ:

ବଡ଼ ଖର୍ଚ୍ଚ ବିନା,      ମାଠିଆଟେ କିଣି,

     କର ପ୍ରାଣୀ ସେବା କର୍ମ::

କାଉ ନ ଲୋଡିବ,   ମାଠିଆକୁ ଗୋଡି,

     ଜଳ ପୂର୍ଣ ହୋଇ ଥିଲେ:

ହେ ପାଠକ ବନ୍ଧୁ,    ଚିନ୍ତା କର ଥରେ,

     ରଖ ପ୍ରାଣୀ କୁଳ ଭଲେ::

ପୋଖରୀ ଶୁଖିଲା,    ନାଳବି ଶୁଖିଲା,

     ଶୁଖିଲା ବିଲର ଘାଟ:

ମୁକ ପ୍ରାଣୀ ମାନେ,   କେମିତି ବଂଚିବେ,

     ଦେଖାଅ ପ୍ରାଣୀଙ୍କୁ ବାଟ::

ମଣିଷ ପାଖରେ,      ଅର୍ଥ ବଳ ଅଛି,

     ପାଣି ପିଇ ପାରେ କିଣି:

ମୁକ ପଶୁ ପକ୍ଷୀ,       ହୃଦୟକୁ ବୁଝ,

    ରଖ ମାଠିଆଟେ ଆଣି::

କିଣିବା ମାଠିଆ,    ରଖିବାଯେ ପାଣି,

   ପଶୁ ପକ୍ଷୀ ହୃଦ ଜାଣି:

ଆମେବି ବଂଚିବା,   ବଞ୍ଚିବାକୁ ଦେବା,

    ନିରୀହ ପ୍ରାଣୀକୁ ପୁଣି::

*******(ମହେଶ୍ୱର ସାହୁ )********

ଗୋପୀବିନ୍ଧା, ବ୍ରାହ୍ମଣ ଗାଁ,

ବାଲେଶ୍ୱର (ଭଦ୍ରକ)


Rate this content
Log in

Similar oriya poem from Inspirational