Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Hrushikesh Satpathy

Others

3  

Hrushikesh Satpathy

Others

ରଙ୍ଗର ପରବ ହୋଲି

ରଙ୍ଗର ପରବ ହୋଲି

1 min
163


କିଏ କୁହେ ମୋତେ ହୋଲିର ପରବ
କା'ପାଇଁ ମୁଁ ଜଣେ ନାରୀ ।
ମୁଁ ନୁହେଁ ପରବ ନୁହେଁ ମୁଁ ସୌରଭ
ନନ୍ଦିନୀ ମୁଁ ଅଭିସାରୀ ।

ବସନ୍ତ ଲଗନେ ବାସନ୍ତୀ କୋଳରେ
ବସୁମତୀ ମାଆ କୋଳେ ।
ରଙ୍ଗ ବୋଳା ଦେହେ ନାଚି ନାଚି ଆସେ
ଭିଜା ଭିଜା ସକାଳରେ ।

ଫଗୁଣ ରାଣୀ ମୁଁ ରଙ୍ଗ ଓଢଣୀରେ
ଅବିର ପସରା ନେଇ ।
ଆସିଛି ବାଣ୍ଟିବି ପ୍ରୀତିର ରଙ୍ଗରେ
ମୈତ୍ରୀର ସଙ୍ଗୀତ ଗାଇ ।

ସଂଗେ ମୁଁ ଆଣିଛି ଶାନ୍ତି,ମୈତ୍ରୀ,ପ୍ରୀତି
କରି ମମତାର ମାଳ ।
ସେ ମାଳରେ ଅଛି ବିଶ୍ୱ ଜନନୀର
ମଧୁ ମାନବୀୟ ଫୁଲ ।

ଇନ୍ଦ୍ରଧନୁ ତା'ର ସପ୍ତ ରଙ୍ଗ ନେଇ
ଜଗତକୁ ମୋହିଥାଏ ।
ମୋ'ଅଙ୍ଗରେ ଅଛି ରତ୍ନ ଗର୍ଭା ରଙ୍ଗ
ସ୍ନେହ ଝର ଝରିଥାଏ ।

ଭାବ ବନ୍ଧନର ସ୍ବପ୍ନ ସରାଗରେ
ରଙ୍ଗର ସାମ୍ରାଜ୍ୟ ତୋଳେ ।
ସେଇ ସାମ୍ରାଜ୍ୟରେ ସେନେହ ପୀରତି
ସଜାଏ ମୋ' ପାଖୁଡ଼ାରେ ।

ମୋ ପାଖୁଡା ଶୁଦ୍ଧ ପରାଗ ରେଣୁରେ
ମାନବ ଧର୍ମର ରଙ୍ଗ
ସେଇ ରଙ୍ଗ ହିଁ ମୋ' ଦେହର ଅବିର
ସକରାତ୍ମକୀ ତରଙ୍ଗ ।

ଜାତିରେ ଜାତିରେ ବିଶ୍ୱରେ ବିଶ୍ୱରେ
ବନ୍ଧୁତ୍ୱର ବହ୍ନି ଜାଳି ।
ପାଇଛି ସୁନାମ ପାଇ ଚାଲିଥିବି
ରଙ୍ଗର ପରବ "ହୋଲି" ।


Rate this content
Log in