Audio

Forum

Read

Contests

Language


Write

Sign in
Wohoo!,
Dear user,
ନାରୀ
ନାରୀ
★★★★★

© Bhakta Malla

Inspirational

1 Minutes   6.8K    4


Content Ranking

ନାରୀ ତୁମେ ମହନୀୟା

ମୋହିନୀର ବ୍ୟାକରଣ

ଲୁବ୍ଧକର ଇପ୍ସିତ ଆକାଂକ୍ଷା

କବିତାର ବିଳମ୍ବିତ ରାଗ,

ପ୍ରଣୟର ପ୍ରୀତିଚ୍ଛ୍ବାସ

ପ୍ରାଣର ଉଲ୍ଲାସ ଉତ୍ତାପ

ହୃଦୟର ସ୍ଵଚ୍ଛ ଅନୁରାଗ ।

ଜନନୀର ନିର୍ମଳ ଝର

ମାତୃତ୍ଵର କୋମଳ ଗାଂଧାର

ମମତାର ମୃଣ୍ମୟ ମୂର୍ତ୍ତି

ପ୍ରଣୟର ସବୁଜ କେଦାର ।

ଭଗିନୀର ଛନ୍ଦ ବନ୍ଧ

ସ୍ନେହସିକ୍ତ ଶ୍ରଦ୍ଧା ଉଚ୍ଚାରଣ ,

ସର୍ବଂସହା ଶୁଦ୍ଧପୂତା

କନକର ମାଧୁର୍ଯ୍ୟ ବରଣ ।

ତୁମେ ଅଟ ପ୍ରୀତିପୂର୍ଣ୍ଣା

ପ୍ରେମ ପ୍ରୀତି ପ୍ରବର୍ତ୍ତିକା

ପ୍ରଣୟର ଗୋପନ ଅନ୍ଧାର,

ତୁମେ ଏକ ସ୍ନିଗ୍ଧ ଜ୍ୟୋତ୍ସ୍ନା

ମୁଗ୍ଧ ମାୟା ତୃଷ୍ଣା ମରୀଚିକା

ବସନ୍ତର ଶୀତଳ ସମୀର ।

ତୁମେ ଏକ ସୁନ୍ଦର ଶାୟକ

ନୀଳ ନଭ ନୀଳ ସମ୍ମୋହନ ,

ବିଚିତ୍ର ଏ ବିଶ୍ବବକ୍ଷେ

ତୁମେ ଏକ ବିସ୍ମୟ ସୃଜନ ।

ମାୟାଭୂତେ ଆବିର୍ଭୂତା

ଆଦ୍ୟା ଶକ୍ତି ଏ ଧରାର ଉତ୍ସ

ତୁମେ ଏକ ବେଦ ମନ୍ତ୍ର

ହବନର ଅପୂର୍ବ ସ୍ତମ୍ଭନ ।।

ଶ୍ରଦ୍ଧାର ସହ

ଭକ୍ତ ଚରଣ ମଲ୍ଲ

ମାର୍ଚ୍ଚ 8 , 2018 ।

ନେମ୍ବରା, କେନ୍ଦ୍ରାପଡା ।

ନାରୀ ଅନୁରାଗ ବିଳମ୍ବିତ

Rate the content


Originality
Flow
Language
Cover design

Comments

Post


Some text some message..