Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Writer Roja Panda

Others

4.5  

Writer Roja Panda

Others

ମୁଁ କଣ ଚାହେଁ

ମୁଁ କଣ ଚାହେଁ

1 min
162


ମୁଁ କଣ ଚାହେଁ

ଲେଖିକା - ରୋଜା ପଣ୍ଡା


ମୃତ୍ୟୁ ନୁହେଁ, ମୋ କର୍ମ ପାଇଁ

ମୁଁ ସହିଦ ହେବାକୁ ଚାହେଁ ।

କାହାର ଦୟା ନୁହେଁ,

ମୁଁ ସ୍ୱାଧୀନ ଭାବରେ ବଞ୍ଚିବାକୁ ଚାହେଁ ।

ଲୁହର ସାଗର ନୁହେଁ,

ମୁଁ ଖିଲିଖିଲି ହସର ଫୁଲ ଫୁଟାଇବାକୁ ଚାହେଁ ।

ଅଟ୍ଟହାସ୍ୟ କରି ନୁହେଁ,

ମୁଁ ମୁକ୍ତ କଣ୍ଠରେ କହିବାକୁ ଚାହେଁ ।

କେବଳ ମୁଁ ସତ୍ୟର ସାହାଯ୍ୟ ନେବାକୁ ଚାହେଁ ।

କେବଳ ମୁଁ ନିଷ୍ଠାରେ ରହିବାକୁ ଚାହେଁ ।

କେବଳ ମୋ ବ୍ୟକ୍ତିତ୍ୱକୁ ପରିମାର୍ଜିତ କରିବାକୁ ଚାହେଁ ।

ମୁଁ ଘୃଣା ନୁହେଁ ଭଲ ପାଇବାକୁ ଚାହେଁ ।

ମୁଁ ହସିବାକୁ ଚାହେଁ, ହସାଇବାକୁ ଚାହେଁ ।

ମୁଁ ମୁକ୍ତ ଆକାଶରେ ଆବେଗରେ ଉଡିବାକୁ ଚାହେଁ ।

କିଟକିଟ ଅନ୍ଧାରରେ ମୁଁ ଦୀପଟିଏ ହେବାକୁ ଚାହେଁ ।

ତମସାଛନ୍ନ ସଂସାରରେ ମୁଁ ନିଜକୁ ତିଳତିଳ କରି ଜାଳି

ଆଲୋକର ପ୍ରତିପାଦନ କରିବାକୁ ଚାହେଁ ।

ଗ୍ରୀଷ୍ମର ଝାଞ୍ଜିରେ ମୁଁ ବୃକ୍ଷର ଶୀତଳତା ପ୍ରଦାନ କରିବାକୁ ଚାହେଁ ।

ମୁଁ ଦରଦୀ ଭରା ହୃଦୟରେ ପ୍ରେମ ଭରିବାକୁ ଚାହେଁ ।

ତୃଷ୍ଣାତୁର ଚାତକର ମୁଁ ଶୋଷ ମେଣ୍ଟାଇବାକୁ ଚାହେଁ ।

ପ୍ରେମର ଦାନରେ ମୁଁ କାହାର ବି ଦୁଃଖକୁ

ନିଜ ପାଖକୁ ନେଇଯିବାକୁ ଚାହେଁ ,

ହେଲେ ଅନ୍ୟର ଘୃଣା ଠୁ ମୁଁ ଦୁରେଇବାକୁ ଚାହେଁ ।

କଟୁକ୍ତି ମୁଁ ସହିଯିବାକୁ ଚାହେଁ କିନ୍ତୁ

ପ୍ରତାରଣା ଠୁ ଦୂରକୁ ଯିବାକୁ ଚାହେଁ ।

ବାସ୍ତବ ବିଷକୁ ମୁଁ ପିଇଦେବାକୁ ଚାହେଁ କିନ୍ତୁ

ଛଳନାରେ ପୂର୍ଣ୍ଣ ମିଷ୍ଟଭାଷୀ ଙ୍କୁ ମୁଁ ବର୍ଜନ କରିବାକୁ ଚାହେଁ ।

ମୁଁ ପ୍ରକୃତରେ କଣ ଚାହେଁ ?

ମୁଁ ଶାନ୍ତିରେ ବଞ୍ଚିବାକୁ ଚାହେଁ ।

ମୁଁ ପ୍ରଥମେ ନିଜକୁ ବଞ୍ଚାଇବାକୁ ଚାହେଁ ।

ଜଗତର ପ୍ରତ୍ୟେକ ଟି ବସ୍ତବତାକୁ ମୁଁ

ନିଜଠୁ ଆରମ୍ଭ କରିବାକୁ ଚାହେଁ ।


ରୋଜା ପଣ୍ଡା

ପୂର୍ଣ୍ଣାନନ୍ଦ ଭବନ,ନେତାଜୀ ନଗର,ମଧୁପାଟଣା,କଟକ






Rate this content
Log in